
କୋଦଳା (ଜିଲ୍ଲା ଖବର) : ଗ୍ରାମାଞ୍ଚଳରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମାଧାନ ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସମସ୍ତ ଜନ ସାଧାରଣ ଏହାର ସୁବିଧା ପାଇବା ନିମନ୍ତେ ଜିଲ୍ଲାପାଳଙ୍କ ଏହି ପ୍ରୟାସ ୲ ସେହିପରି ଗଞ୍ଜାମ ଜିଲ୍ଳା ରେ ଗ୍ରାମଞ୍ଚଳ ମାନଙ୍କରେ ଉପୁଜିଥିବା ବିଭିନ୍ନ ଜମିଜମା ସମସ୍ୟା ,ପଟ୍ଟା ବଣ୍ଟନ ,ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର, ବିପର୍ଯ୍ୟୟ ଜନିତ ମିଳୁଥିବା ରାଶି, ସୀମା ନିର୍ଦ୍ଦାରଣ , ଗ୍ରାମ କଣ୍ଟ /ବସୁନ୍ଧରା ପଟା ପ୍ରଦାନ , ଦାଖଲ ଖାରଜ ମାମଲା ର ଫୈସଲl, ବିବିଧ ପ୍ରମାଣ ପତ୍ର, ଓଡିଶା ଭୂ ସଂସ୍କାର ଆଇନ ଧାରା b(କ )ଅନ୍ତର୍ଗତ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟ ରେ ବ୍ୟବହାର ନିମନ୍ତେ ପରିବର୍ତ୍ତନ ପାଇଁ ଆଉ ଖର୍ଚ୲ନ୍ତ ନ ହୋଇ ତହସିଲ ନ ଦଉଡି ନିଜ ହାତ ପାହାନ୍ତା ରେ ସେ ସବୁ ସୁବିଧା ପାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଏହି ଅଭିନବ ପ୍ରୟାସ ୲ତାହାଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡ଼ା ପଞ୍ଚାୟତରେ ଶୁକ୍ରବାର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି “ମୋ ନିବେଦନ”ଓ”ମୋ ଗାଁ ରେ ତହସିଲ” “ସତରଞ୍ଜି “ମିଳିତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ୲ ଏହାକୁ ଆନୁଷ୍ଠାନିକ ଭାବେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ବିଡିଓ ପ୍ରଦୀପ କୁମାର ପଣ୍ଡା ଉଦଘାଟନ କରି ପ୍ରଦୀପ ପ୍ରଜ୍ଵଳନ କରି ଏହାର କାର୍ଯକାରୀତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ୲ ଏହି କାର୍ଯକ୍ରମ ରେ ,ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ , ସରପଞ୍ଚ ଅରୁଣ କୁମାର ମାଝୀ , ସମିତି ସଭ୍ୟ, ନାରାୟଣ ବେହେରା , ଯୋଗାଣ ଅଧିକ୍ଷ୍ଯକ ଶରତ ଚନ୍ଦ୍ର ବେହେରା , weo ସୁମିତ୍ରା ସାହୁ , ଏଏଓ ପ୍ରକାଶ ଚନ୍ଦ୍ର ବେହେରା , କୋଦଳା ରାଜସ୍ଵ ପରିଦର୍ଶକ ମିନ କେତନ ଶବର ,, କୃଷି ବିଭାଗ,ଅଗ୍ନୀଶମ ବିଭାଗ ,ପୋଲିସ , ସ୍ଵାସ୍ଥ୍ୟ ବିଭାଗ ଉଦ୍ୟାନ ବିଭାଗ ସମେତ ବ୍ଲକ ଓ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ୲ ଉକ୍ତ ପଞ୍ଚାୟତ ମଧ୍ୟରୁ ସାଧାରଣତଃ ରେସନ କାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ , ସ୍ଥାୟୀ ଜମିପଟ୍ଟା,କାଳିଆ ଯୋଜନା ଆଦି ଉପରେ ଅଭିଯୋଗ ହୋଇ ଥିଲ୲ ୲ ଏହି ଶିବିର ରେ ମୋ ନିବେଦନ ପାଇଁ 112 ଓ ମୋ ଗାଁ ରେ ତହସିଲ ପାଇଁ 102 ଅଭିଯୋଗ ଦରଖାସ୍ତ ଗ୍ରହଣ ହୋଇଥିଲା ୲




