ଗୁଣପୁର ଠାରେ ତ୍ରିରଙ୍ଗା ଯାତ୍ରା, ଶତାଧିକ ଛାତ୍ର ଛାତ୍ରୀ ସାମିଲ l

57

ଗୁଣୁପୁର , ୧୪/୦୮/୨୨ ( ଜିଲ୍ଲା ଖବର ) : ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ଗୁଣପୁର ର କଲେଜ ବିଦ୍ୟ।ର୍ଥୀ ମାନଙ୍କୁ ନେଇ ଆଜି ଏକ ଶୋଭାଯାତ୍ରା ଗୁଣପୁର ସହର ପରିକ୍ରମା କରି ନୂତନ ବସ ଷ୍ଟାଣ୍ଡ ରେ ପହଞ୍ଚି ଅଛନ୍ତି । ସ୍ଥାନୀୟ ଶାନ୍ତି ନିକେତନ ମହାବିଦ୍ୟାଳୟ, ବଂଶଧାରା ମହାବିଦ୍ୟାଳୟ,ଗୁରୁକୁଳ ମହାବିଦ୍ୟାଳୟ,ଗାୟତ୍ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସହାର ର ବିଭିନ୍ନ ସାହି ଶ୍ରୀରାମ ନଗର, ବଳରାମ ନଗର, ଶାନ୍ତି ନଗର ,ଡେରା ସାହି ,ପୁରୁଣା ପୋଷ୍ଟ ଅଫିସ ସାହି ,ଢେପ ସାହି ଇତ୍ୟାଦି ପରିକ୍ରମା କରି ଶେଷରେ ନୂତନ ବସଷ୍ଟାଣ୍ଡ ରେ ପହଁଚି ଥିଲେ ।

ଶାନ୍ତି ନିକେତନ ର ଶିଵ ପୂଜାରୀ, ରଜତ ସାର, ତାମସା ତମସା ପାତ୍ର ଅନ୍ୟ ଭାଗ ନେବା ବେଳେ ଗୁରୁକୂଳ କଲେଜ ର ମାନସ ଵୈଦ୍ୟ ଭୂଷଣ, ବିଭୁତି ,ଗାୟତ୍ରୀ କଲେଜ ର ରାଜୀବ ପଣ୍ଡା ଓ ବଂଶଧାରା କଲେଜ ର ଲକ୍ଷ୍ମୀ ମହାଙ୍କୁଡ଼ ସହ ବିଦ୍ୟର୍ଥୀ ପରିଷଦ ର ଇନ୍ଦ୍ର।କ୍ଷୀ ଦାଶ, ଉମା ଦାଶ, ଏସ ଶିବାଜୀ, ବି.ସତୀଶ କୁମାର ,

ପ୍ରଭାତ ମହାପାତ୍ର, ଜିତେନ୍ଦ୍ର ପୃଷ୍ଟି , ଶିଵ ଡାକୁଆ, ଚିନ୍ମୟ ପାଣିଗ୍ରାହୀ ,ସାଇ ପାଣିଗ୍ରାହୀ,ବି କିରଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ତୁଲାଇ ଥିଲେ । ନୂତନ ବସ ଷ୍ଟାଣ୍ଡ ନିକଟରେ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀଙ୍କ ଦ୍ୱାରା ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ ଙ୍କ ମାର୍ଗଦର୍ଶକ ରେ ପୂର୍ଣ ବନ୍ଦେ ମାତାରମ ଗାନ କରି କାର୍ଯ୍ୟକ୍ରମ କୁ ସମାରୋପ କରାଯାଇଥିଲା ।