
ଗଜପତି , ୧୨/୦୮/୨୨ ( ଜିଲ୍ଲା ଖବର ) : ଦୀର୍ଘ ବର୍ଷ ପରେ ଜଣେ ପୂର୍ବତନ ମାଓବାଦୀ ଙ୍କୁ ଗିରଫ କଲା ଅଡବା ପୋଲିସ୍ l ଗିରଫ ମାଓ ଅଭିଯୁକ୍ତ ହେଲେ ଅଡବା ଥାନା ଅନ୍ତର୍ଗତ ଡେକlପଙ୍କl ଗ୍ରାମର ପ୍ରଫୁଲ୍ଲ ପରିଚ୍ଛା ଓରଫ ଲୋରେ l

ତାଙ୍କ ନାମରେ ଅଡବା ଥାନାରେ ୭ ଗୋଟି ମାମଲା ରହିଥିବାବେଳେ ସେ ବିଶେଷ କରି ୨୦୦୮ ରୁ ୨୦୧୦ ମଧ୍ୟରେ ବିଭିନ୍ନ ମାଓ ହିଂସା ଘଟଣାରେ ସଂପୃକ୍ତ ଥିବା ଅଡବା ପୋଲିସ ସୂଚନା ଦେଇଛି l
ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ପୋଲିସ କୁ ଚକମା ଦେଇ ଫେରାର ହେଇଯାଉଥିଲା l


ତେବେ ଆଜି ପ୍ରଫୁଲ୍ଲ ଡେକlପଙ୍କl ଗ୍ରାମରେ ନିଜ ଘରେ ଥିବା ବିଶ୍ଵଷ୍ଠ ସୂତ୍ରରୁ ଖବର ପାଇ ଅଡବା ପୋଲିସ ଚଢାଉ କରିଥିଲା l ତାଙ୍କ ଘରୁ ପ୍ରଫୁଲ୍ଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



