Home ଆଞ୍ଚଳିକ ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ତରଫରୁ ଆହୋରାତ୍ର ଗଣଧାରଣା |

ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ତରଫରୁ ଆହୋରାତ୍ର ଗଣଧାରଣା |

39


କୋଦଳା (ଜିଲ୍ଲା ଖବର,) : ଶୁକ୍ରବାର କୋଦଳା ତହସିଲ କାର୍ଯ୍ୟାଳୟ ନିକଟରେ ଆଜି ଶୁକ୍ରବାର ଓଡିଶା କୃଷକସଭା, ବେଗୁନିଆପଡା ବ୍ଲକ କମିଟି ପକ୍ଷରୁ ବିଭିନ୍ନ ଦାବିନେଇ ଆହରାତ୍ର ଗଣଧାରଣା ଆରମ୍ଭ ହୋଇଛି |ଗଞ୍ଜାମ ଜିଲ୍ଲା ଓଡିଶା କୃଷକ ସଭା କମିଟି ସଂପାଦ ପି.ହରିକୃଷ୍ଣ ରେଡିଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଓ କୃଷକ ବିଭିନ୍ନ ଦାବିନେଇ ସ୍ଲୋଗାନ ସହ ନଗର ପରିକ୍ରମା କରି ସ୍ଥାନୀୟ ତହସିଲ କାର୍ଯାଳୟ ନିକଟରେ ଧାରଣା ଦେଇଥିଲେ |ଏଥିରେ କୃଷକ ସଭା କମିଟି ର ରାଜ୍ୟ ଉପ ସଭାପତି ଜଗନ୍ନାଥ ମିଶ୍ର, ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ବ୍ଲକ ଉପ ସଭାପତି ଭାସ୍କର ଜାନି, ମଙ୍ଗଳା ଶବର, ମୋଚିୟା ଶବର ଚରଣ ଜାନି, ଶଶୀ ନାୟକ, ରମେଶ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ଦାବି ନେଇ ତହସିଲଦାର ପ୍ରଭାତ କୁମାର ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ |ଏନେଇ ତହସିଲଦାର କହିଥିଲେ କୃଷକ ସଭା କମିଟି କରିଥିବା ଦାବି ମଧ୍ୟରୁ କିଛି ଦାବି ପୂରଣ ହୋଇ ଯାଇଛି |ଓ ଅନ୍ୟ କିଛି ଦାବିଗୁଡିକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରି କିଛି ଗୋଟେ ନିଷ୍ପତି ନିଆଯିବ ବୋଲି ଜଣାଇଛନ୍ତି |ଖବର ଲେଖାହେବା ଯାଏ ଗଣଧାରଣା ଜାରି ରହିଥିଲା |କିଛି ନିଷ୍ପତି ହୋଇ ନଥିବା ଓ ନିଷ୍ପତି ନହେଲେ ଆହୋରାତ୍ରି ଗଣଧାରଣା ଜାରି ରହିବ ବୋଲି କମିଟି  ସମ୍ପାଦକ ହରିକୃଷ୍ଣ ରେଡି ଜଣାଇଛନ୍ତି |