
ରାୟଗଡ଼ା , ୧୨/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍ଳକରେ ତା ୧୨.୦୮.୨୦୨୨ ରିଖ ରେ କାର୍ଗିଲି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ମା ମାର୍କମା +୩ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା।



ଏହି କାର୍ଯ୍ୟକ୍ରମରେ (NCC) ଅଫିସର ତଥା ଅଧକ୍ଷ କ୍ୟାପଟେନ୍ ବି, ରବିଶଙ୍କର ସଭାପତିତ୍ୱ କରିଥିଲେ।



ଯୁକ୍ତ ୩ର NSS ଅଫିସର ଡକ୍ଟର ଅଶ୍ୱିନୀ କୁମାର ପଣ୍ଡା, ଶ୍ରୀ ନିରଂଜନ ପାଢୀ ଓ ଶ୍ରୀମତୀ ଦୀପ୍ତିରାଣୀ ମିଶ୍ର ପରିଚାଳନା କରିଥିଲେ।


ସଭା ଶେଷରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିବା ସଂଗ୍ରାମୀ ମାନଙ୍କ କୃତିତ୍ୱ କୁ ଭିଡିଓ ମାଧ୍ୟମରେ ଦେଖାଯାଇଥିଲା।


ଏହି ଅବସରରେ ପୂର୍ବତନ NSS ଅଧିକାରୀ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କଳା ଓ ବିଜ୍ଞାନ ସ୍ରୋତର ୨୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।


ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପରାମର୍ଶ ଦିଆଯାଇଥିଲା।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



