Wednesday, November 11, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ରାକ୍ଷୀ ବନ୍ଧନ ପାଳିତ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ରାକ୍ଷୀ ବନ୍ଧନ ପାଳିତ ।

101

ବୁଗୁଡ଼ା , ୧୨/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ବ୍ଯତୀତ ଆଖପାଖ ଅଞ୍ଚଳରେ ମହାଉଲ୍ଲାସରେ ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କର ଡୋରି ରାକ୍ଷୀ ବନ୍ଧନ ଉତ୍ସବ ପ୍ରତି ଘରେ ଘରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଭାତରୁ ଦେବାଳୟକୁ ଯାଇ ଭାଇମାନଙ୍କ ଶୁଭ ମନାସି ଭଉଣୀମାନେ ରାକ୍ଷୀକୁ ପୂଜାବିଧି କରି ଆଣି ଭାଇମାନଙ୍କ ପାଇଁ ମିଠା ଆଣି ଖୁସି ମନରେ ଅପେକ୍ଷା କରିଥାନ୍ତି।

ରାକ୍ଷୀ ବାନ୍ଧି ଆନନ୍ଦ ମନରେ ଭାଇଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତି ମିଳିଲା ପରେ ଭଉଣୀମାନେ ଆନନ୍ଦିତ ହୁଅନ୍ତି। ଏମିତିକା ପରମ୍ପରା କେଉଁ କାଳରୁ ହିଁ ଚଳିଆସୁଥିବା ଜଣାପଡିଛି।

ଏହାକୁ କୃଷକମାନଙ୍କ ଶେଷ ପର୍ବ ଏବଂ ଗୋପୂଜନ ପର୍ବ ବୋଲି ମଧ୍ଯ କୃଷକମାନେ ପାଳନ କରୁଥାନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା ମଧ୍ଯ ତାଙ୍କରି ଭଉଣୀଙ୍କ ଠାରୁ ରକ୍ଷା ଡୋରି ଗ୍ରହଣ କରିଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।