Home ଆଞ୍ଚଳିକ ନୁଆଁଗଡ଼ରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

ନୁଆଁଗଡ଼ରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

54

ସାନଖେମୁଣ୍ଡି (ଜିଲ୍ଲା ଖବର) : ମୌଲାଭଣଜା ପଞ୍ଚାୟତ ଅନ୍ତର୍ଗତ ନୁଆଁଗଡ଼ ସ୍ଥିତ ଶ୍ରୀ ମହାଦେବ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି। ବିଶିଷ୍ଟ ଯାଜ୍ଞିକ ପଣ୍ଡିତ ଶ୍ରୀ ଲଡୁକିଶୋର ପଣ୍ଡାଙ୍କ ଦ୍ୱାରା ଆହୁତ ଏହି ବୈଠକରେ ଶ୍ରୀ ଗଙ୍ଗାଧର ଶତପଥୀ ପୌରହିତ କରିଥିଲେ। ଅନୁଷ୍ଠିତ ଏହି ବୈଠକରେ ସାନଖେମୁଣ୍ଡି, ସେରଗଡ଼, ଧରକୋଟ, ଆସିକା ଏବଂ ଦିଗପହଣ୍ଡି ବ୍ଲକର ବହୁ କର୍ମକର୍ତ୍ତା ଯୋଗ ଦେବା ସହିତ ଆଲୋଚନା କ୍ରମରେ ସାଙ୍ଗଠନିକ ଦୃତିକରଣ ଉପରେ ଗୁଋତ୍ୱରୋପ କରିଥିଲେ। ଉପସ୍ଥିତ କର୍ମକର୍ତ୍ତାଙ୍କ ଦ୍ଵାରା ସଂଘର କାର୍ଯ୍ୟକାରିତା ଏବଂ ବ୍ରାହ୍ମଣ ସମାଜର ଉନ୍ନତି ପାଇଁ ଆବଶ୍ୟକୀୟ ସୁମତାମତ ଉପସ୍ଥାପିତ ହୋଇଥିଲା। ଗୋଟିଏ ମଞ୍ଚରେ ସମସ୍ତ ବର୍ଗର ବ୍ରାହ୍ମଣଙ୍କ ଏକତ୍ରିତ କରି ସାମୁହିକ ସମସ୍ୟାର ସମାଧାନ କରିବା ବ୍ରାହ୍ମଣ ମହାସଭାର ମୂଳମନ୍ତ୍ର କରାଯିବାକୁ ଉପସ୍ଥାପିତ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଅନୁଷ୍ଠିତ ଏହି ବୈଠକରେ ପଣ୍ଡିତ ସୁରେନ୍ଦ୍ର ନାଥ ମିଶ୍ର, ନିରୋଜ କୁମାର ପାଢୀ, ବନମାଳୀ ସାମନ୍ତରାୟ, ନିରଞ୍ଜନ ପଣ୍ଡାଙ୍କ ସମତେ ପ୍ରତାପ ଚନ୍ଦ୍ର ମିଶ୍ର, ସୀମାଞ୍ଚଳ ତ୍ରିପାଠୀ, କେଶବ ଚୌଧୁରୀ, ପୁରୁଷୋତ୍ତମ ପାଣିଗ୍ରାହୀ, ସୁରେନ୍ଦ୍ର କୁମାର ମିଶ୍ର, ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ ବହୁ ସଂଗଠକ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟ ରଖିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।