
ଆସିକା , ୧୨/୦୮/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ଯାଳୟ ସାଧନା ଭବନ,କଲେଜ ଛକ,ଆସିକା ଆନୁକୂଲ୍ଯରେ ବ୍ରହ୍ମାକୁମାରୀ ଶ୍ରୀମତି ଭଉଣୀଂକ ସଂଯୋଜନାରେ






ଏଥିରେ ଆସିକା ବିଧାୟିକା ଶ୍ରୀମତୀ ମଂଜୁଳା ସ୍ବାଇଁ ମୁଖ୍ଯ ଅତିଥି ରୂପେ ଯୋଗ ଦେଇ ଥିଲେ । ସମ୍ମାନୀତ ଅତଥିରୂପ ସମାଜସେବୀ ଶ୍ରୀ ଭଗବାନ ସାହୁ ଓ ଶ୍ରୀ ଦିଲିପ ନାହାକ ପ୍ରମୁ. ଉପସ୍ଥିତ ଥିଲେ । ବ୍ରହ୍ମାକୁମାରୀ ବିଷ୍ଟୁପ୍ରିୟା ଦିଦି ଗ୍ଯାଁନ ବିଗ୍ଯାଁନ ଭବନ,ବୁଗୁଡାରୁ ମୁଖ୍ଯବକ୍ତା ରୂପେ ଯୋଗ ଦେଇ ରକ୍ଷା ବନ୍ଧନର ମହତ୍ବ ଏବଂ ୭୫ ତମ ଅମ଼ତ ମହୋତ୍ସବ ଅବସରରେ କରାଯାଉ ଥିବା ଉତ୍ସବ ମଧ୍ଯରେ ସର୍ବଶ୍ରେଷ୍ଠ କାର୍ଯ୍ଯକ୍ରମ ହର୍ ଘର୍ ତ୍ରିରଙ୍ଗା ଏକ ଐତିହାସିକ ପଦକ୍ଷେପ ।


ଏହି ସନ୍ଦେଶ ପ୍ରତ୍ଯେକ ଘରେ ଘରେ ଦେବା ସହିତ ପରମପିତା ପରମାତ୍ମାଂକ ଦିବ୍ଯ ସନ୍ଦେଶ ଦେବାରେ ଏକ ସୁବର୍ଣ୍ଣ ସୁଯୋଗ ମିଳିଗଲା ବୋଲି ତାଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ । ବ୍ରହ୍ମାକୁମାର ସୁଦାମ ଭାଇ ମଞ୍ଚ ପରିଚାଳନା କରି ଜାତୀୟ ପତାକାର ଇତିହାସ ବର୍ଣ୍ଣନା କରିଥିଲେ । ପ୍ରକୁତ ସ୍ବାଧିନତାର ସ୍ବାଦ ପାଇବାକୁ ହେଲେ ପରମପିତା ପରମାତ୍ମାଙ୍କର ଜ୍ଞାନ ଗୁଣ ଶକ୍ତିର ଆଧାରରେ ନିଜର ମନୋବିକାରକୁ ତ୍ଯାଗ କଲେ ହିଁ ପାଇ ପାରିବା । ତେଣୁ ବ୍ରହ୍ମାକୁମାରୀ ସଂସ୍ଥା ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଆସିଥିଲେ ।


ବ୍ରହ୍ମାକୁମାରୀ ଶ୍ରୀମତି ଭଉଣୀ,କୁନି ଭଉଣୀ ଫୁଲ ,ଚନ୍ଦନ, ,ପଗଡି ଆଦି ପିନ୍ଧାଇ ଥିଲେ । ବ୍ରହ୍ମାକୁମାରୀ ଉନ୍ନତି,ଲିପିସା,ଅର୍ଚନା,ମୀରା,ନିରୁ୍, ଗାୟତ୍ରୀ, ନାରାୟଣ,ଲକ୍ଷ୍ମୀନାରାୟଣ, ବିଷ୍ଣୁ, ବୁଲୁ ସହଯୋଗକରି ଥିଲେ । କଲେଜ ଛକ ଅଂଳଚରୁ ବହୁ ବ୍ରହ୍ମାକୁମାର କୁମାରୀଯୋଗ ଦେଇ ପରମାତ୍ମାଂକର ଶକ୍ତିର କବଚ ରକ୍ଷା ସୂତ୍ର ରାଖି ବାନ୍ଧି ଭୋଗ ସ୍ବୀକାର କରିଥିଲେ ।


