Home ଆଞ୍ଚଳିକ ପାଣି ଟେଙ୍କର ଦୁର୍ଘଣା ଗ୍ରସ୍ଥ ଡ୍ରାଇଭର ମୃତ୍ଯୁ ଅନ୍ୟଜଣ ଗୁରୁତର।

ପାଣି ଟେଙ୍କର ଦୁର୍ଘଣା ଗ୍ରସ୍ଥ ଡ୍ରାଇଭର ମୃତ୍ଯୁ ଅନ୍ୟଜଣ ଗୁରୁତର।

211

ରାୟଗଡ଼ା , ୧୨/୦୮/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ରେ ମହାମାରୀ ହଇଜା ପାଇଁ ପିଇବା ପାଣି ଯୋଗାଣ ପାଇଁ ନିୟୋଜିତ ଥିବା ପାଣି ଟେଙ୍କର ଦୁର୍ଘଟଣା ଘଟି

ଡ୍ରାଇଭର ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ପ୍ରଥମେ ଟିକିରି ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲ ରେ ଭର୍ତ୍ତୀ ହୋଇଛନ୍ତି।

ମୃତକ ଜଣକ ହେଉଛନ୍ତି ଟିକିରି ଥାନା ମୁଶୁରିପଦର ଗ୍ରାମର କୁଷ୍ଟ ମାଝୀ ଓ ଗୁରୁତର ଜଣକ ହେଉଛନ୍ତି ସେହି ଗ୍ରାମର ଗିରିଧର ମାଝୀ। ଟ୍ରାକ୍ଟର ଟି ଜଳ ଜଗାଣ ପାଇଁ ପଞ୍ଚାଳି ଯାଇ ଫେରୁଥିବା ସମୟରେ ଟିକିରି ଥାନା

କାଳିଆପଡା ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ି ଡ୍ରାଇଭର କୁ ଟ୍ରାକ୍ଟର ଚାପି ହୋଇ ଘଟଣାସ୍ଥଳରେ ମୃତ୍ଯୁ ଘଟିଛି।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।