
ସାନଖେମୁଣ୍ଡି , ୧୧/୦୮/୨୨ (ଜିଲ୍ଲା ଖବର) : ଓଡ଼ିଶା ଡ୍ରାଇଭର ମହାସଂଘର ପ୍ରତେକ ପଞ୍ଚାୟତ ସ୍ତରୀୟ ନୂର୍ତନ କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ ହୋଇ ଯାଇଅଛି। ସେଇଭଳି ଭବରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଶ୍ରୀଶ୍ରୀ ବୁଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକ ରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ଡ଼୍ରାଇଭର ସଂଘର ସଭାପତି ମଧୁସୂଦନ ନାୟକ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ଚାରିଗୋଟି ପଞ୍ଚାୟତ କର୍ମକର୍ତ୍ତା ଚୟନ ହୋଇଅଛି।

ତଥା- ଯିଉରା, ରାଧାଦେଇପୁର, ପାଟପୁର, ସାହାସପୁର। ଜିଉରା ଗ୍ରାମ ପଞ୍ଚାୟତ ପାଇଁ ସଭାପତି ଭାବରେ ସନିଆସି ସାହୁ ଏବଂ କୋଷାଧ୍ୟକ୍ଷ ଭାବରେ ଅଜିତ ସାହୁ ମନୋନୀତ ହୋଇଛନ୍ତି ଏବଂ ପାଟପୁର ଗ୍ରାମ ପଞ୍ଚାୟତ ପାଇଁ ସଭାପତି ଭାବରେ ତିରୁ ସାହୁ ଏବଂ କୋଷାଧ୍ୟକ୍ଷ ଭାବରେ ରୋହିତ ସ୍ବାଇଁ ମନୋନୀତ ହୋଇ ଯାଇଅଛି।

ଏହିଭଳି ଭାବରେ ଅନ୍ୟ ଦୁଇ ପଞ୍ଚାୟତର ମଧ୍ୟ କର୍ମକର୍ତ୍ତା ଚୟନ ହୋଇଯାଇ ଅଛି। ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀ ଙ୍କ ରିପୋର୍ଟ ଜିଲ୍ଲା ଖବର


