ପବିତ୍ର ରକ୍ଷା ବନ୍ଧନ ରେ ରକ୍ତଦାନ କରି ଜଣେ ଅଚିହ୍ନା ଭଉଣୀ ର ଜୀବନ ବଞ୍ଚାଇଲା ସଂକଳ୍ପ ପରିବାର ।

55

ବରଗଡ଼ , ୧୧/୦୮/୨୨ ( ଜିଲ୍ଲା ଖବର ) : ସୃଷ୍ଟିର ଆଦି ଅନାଦି କାଳରୁ ଭାଇ-ଭଉଣୀଙ୍କ ସଂପର୍କ ଏକ ପବିତ୍ରତମ ଓ ପରିକୃଷ୍ଟ ସଂପର୍କ । ଭାରତୀୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାରେ ଭାଇ-ଭଉଣୀ ସଂପର୍କର ସଂଜ୍ଞା ନିରୂପଣ କରୁଥିବା ଦିନଟି ହେଉଛି “ରକ୍ଷା ବନ୍ଧନ” ବା ରାକ୍ଷୀ ପୁର୍ଣ୍ଣିମା । ରକ୍ଷା ବନ୍ଧନର ଏହି ପବିତ୍ର ଦିନରେ ସମସ୍ତ ଭାଇ ଓ ଭଉଣୀ ମାନେ ନିଜ ସୁସମ୍ପର୍କରେ ବ୍ୟସ୍ତ ଥିବାବେଳେ ଆଜି ଜଣେ ଅଚିହ୍ନା ଭଉଣୀକୁ ରକ୍ତର ଆବଶ୍ୟକତା ଥିବା ଖବର ପାଇଁ ସଂକଲ୍ପ ପରିବାରର ସକ୍ରିୟ ସଦସ୍ୟ ବିକାଶ ଭୋଇ ଓ ସୁବ୍ରତ ଭୋଇ ବରଗଡ଼ ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କରି ଜଣେ ଭଉଣୀ ର ଜୀବନ ରକ୍ଷା କରିଥିଲେ ।


ସୂଚନା ମୁତାବକ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପେଟୁପାଳି ଗ୍ରାମର ରୋହିନୀ ବାଗ (୨୫) ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ଜନିତ ସମସ୍ୟା କାରଣରୁ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀରରେ ରକ୍ତର ପରିମାଣ କମ ରହିଥିବାରୁ ରକ୍ତଯୋଗଡ଼ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଗତ କିଛିଦିନ ହେଲା ବରଗଡ଼ ରକ୍ତଭଣ୍ଡାରରେ A+ve ରକ୍ତର ଅଭାବ ଦେଖାଯାଉଁଥିବାରୁ ପରିବାର ଲୋକେ ରକ୍ତନପାଇଁ ଚିନ୍ତାରେ ପଡିଯାଇଥିଲେ ।

ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ବେଛାସେବୀ ସଂଗଠନ ସଂକଲ୍ପ ପରିବାର ଖବର ପାଇଁ ସ୍ବ ଇଚ୍ଛାରେ ସଂକଲ୍ପ ପରିବାର ର ଦୁଇଜଣ ସକ୍ରିୟ ସଦସ୍ୟ ବିକାଶ ଭୋଇ ଓ ସୁବ୍ରତ ଭୋଇ ବରଗଡ଼ ରକ୍ତଭଣ୍ଡାର କୁ ଯାଇ A+ve ବର୍ଗର ରକ୍ତଦାନ କରି ଅଚିହ୍ନା ଭଉଣୀର ଜୀବନ ରକ୍ଷା କରିଥିଲେ । ଆଜିର ଦିନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ଆଶୀର୍ବାଦ ନେଇଥିବା ବେଳେ ଭାଇ ମଧ୍ୟ ଚିରଦିନ ଭଉଣିର ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ । ଆଜି ସେହି ହାତରୁ ରକ୍ତଦାନ କରି ଦୁଇଜଣ ଭାଇ ଜଣେ ଭଉଣି ମୁହଁରେ ହଁସ ଫେରାଇ ଆଣିଥିଲେ । ଯାହା ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରସଂଶା ଅନେକ ଲୋକ ପ୍ରସଂଶା କରୁଛନ୍ତି ।

ବରଗଡ ରୁ କୁନୁ ସ୍ବାଇଁ ଓ ସୁଜିତ ବେହେରା ଙ୍କ ରିପୋର୍ଟ ଜିଲ୍ଲା ଖବର ।