
ଆସିକା,୧୧/(ଜିଲ୍ଲା ଖବର) : ଆସିକା ଉପ-କାରାଗାରରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଜେନାଙ୍କ ସଂଯୋଜନା ରେ ଅନ୍ତେବାସୀଙ୍କ ପାଇଁ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଉପ-କାରାଗାରରେ ଅନ୍ତେବାସୀ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ରକ୍ଷାବନ୍ଧନର ଆଧ୍ଯାତ୍ମିକ ସନ୍ଦେଶ ପ୍ରଦାନ କରିଥିଲେ l


ପରମାତ୍ମାଙ୍କ ରକ୍ଷା ସୂତ୍ର ଧାରଣ କରି ଶିବପିତା ଙ୍କ ସ୍ମୃତିରେ ରହି ଜୀବନକୁ ପରିବର୍ତ୍ତନ କରିବା ପାଇଁ ସମସ୍ତ ଅନ୍ତେବାସୀ ସଂକଳ୍ପ କରିଥିଲେ l କାର୍ଯ୍ୟକ୍ରମର ପରିଚାଳନା ରେ ସବ-ଆସିଷ୍ଟାଣ୍ଟ ଜେଲର କୃଷ୍ଣମୂର୍ତ୍ତି ପାତ୍ର, ହରିକୃଷ୍ନ ବେହେରା, ଫାର୍ମାଶିଷ୍ଟ ଉମାକାନ୍ତ ସାହୁ,ୱାର୍ଡର ସୀମାଞ୍ଚଳ ବେହେରା,ରାଜେଶ କୁମାର ସାହୁ ଓ ସୁବାଷ୍ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ସୁନୀଲ, ସନ୍ତୋଷ, ମଙ୍ଗୁଲୁ, ଓ ବ୍ରହ୍ମାକୁମାରୀ ଝରଣା, ଅସୀନା ଓ ନିଶି ସହଯୋଗ କରିଥିଲେ l




