
ଖଲ୍ଲିକୋଟ, ୧୦/୦୮/୨୨ ( ଜିଲ୍ଲା ଖବର) : ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ବିମଳ ପ୍ରସାଦ ସାହୁ ଉଦ୍ଘାଟନ ସହ ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ।
ନିଜ ଅଭିଭାଷଣରେ ଡଃ ସାହୁ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ଵାତନ୍ତ୍ରତାକୁ ଉଚ୍ଚ ପ୍ରଶଂସା କରିଥିଲେ। ବିଭାଗର ମୁଖ୍ୟ ଶ୍ରୀମତୀ ସନ୍ଧ୍ୟା ରାଣୀ ତ୍ରିପାଠୀ ପାଠଚକ୍ରର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ସଂପର୍କିତ ଆଗାମୀ ଦିନରେ ଏଭଳି ସମ୍ପାନମାନ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।


ବିଷୟ ବିଶେଷଜ୍ଞ ଭାବରେ ଯୁବ ଗବେଷକ ତଥା ଭାଷାବିତ୍ ଡକ୍ଟର ଦେବାଶିଷ ମହାପାତ୍ର, ସିନିୟର୍ ଫେଲୋ, ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର, ଭୁବନେଶ୍ୱର ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ଇତିହାସ ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।


ନାନାପ୍ରଶ୍ନ କରି ଛାତ୍ରଛାତ୍ରୀମାନେ ସନ୍ଦେହ ମୋଚନ କରିଥିଲେ। କାର୍ଯ୍ୟ କ୍ରମରେ ସଫଳ ସଂଯୋଜନା କରିଥିଲେ ଡକ୍ଟର ଶର୍ମିଷ୍ଠା ମହାପାତ୍ର ଅଧ୍ୟାପିକା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ। ଏଥିରେ ବିଭାଗୀୟ ଅଧ୍ୟାପିକା ଡଃ ଚାରୁପ୍ରଭା ନାୟକ, ଶୁଭଶ୍ରୀ ମିଶ୍ର, ଗଙ୍ଗୋତ୍ରୀ ଦେବୀ, ସନ୍ତୋଷ ବିଷୋୟୀ, ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


ବି.ଏ, ଏମ୍.ଏ ଓଡ଼ିଆ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ର ସାନ୍ତନୁ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।



