ହିଞ୍ଜିଳି କାଟୁ , ୧୦/୦୮/୨୨ ( ଜିଲ୍ଲା ଖବର ) : ଜମି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଥିବାହିଞ୍ଜିଳିକାଟୁ ତହସିଲ ର କାର୍ଯ୍ୟରତ ବରିଷ୍ଠ କିରାଣୀ ଏନ.ଜଗଦୀଶ ରାଓ ଙ୍କୁ ଆଜି ଜାମିନ ମିଳିଛି ।
।ପଚାଶ ହଜାର ଟଙ୍କା ଜମାନତ ରେ ଜାମିନ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଡ଼.ଅରୁଣ କୁମାର ସାହୁ।ମୁଦଲା ପକ୍ଷରୁ ଓକିଲ କୁନାଲ ସାହୁ ମକଦ୍ଦମା ଲଢୁଥିଲେ।

ଉଲ୍ଲେଖନୀୟ ଯେ, ଜଣେ ଅବସରପ୍ରାପ୍ତ ଅର୍ଦ୍ଧସାମରିକ ବିହିନୀ କର୍ମଚାରୀ ଙ୍କ ଜମି ପଟ୍ଟା କରାଇଦେବା ପାଇଁ ହିଞ୍ଜିଳିକାଟୁ ତହସିଲ ର ବରିଷ୍ଠ କିରାଣୀ ଏନ.ଜଗଦୀଶ ରାଓ ୧୦୦୦୦ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ବ୍ରହ୍ମପୁର
ଭିଜିଲାନ୍ସ ନିକଟରେ ସୁଚନା ପହଞ୍ଚିଲା ପରେ ଭିଜିଲାନ୍ସ ଟିମ୍ ହିଞ୍ଜିଳିକାଟୁତହସିଲ କାର୍ଯ୍ୟାଳୟ ରେ ଗତମାସ ୨୨ତାରିଖ ଅପରାହ୍ନ ୩ଟା ବେଳେ ଚଢ଼ାଉ କରି ଅଭିଯୁକ୍ତ କିରାଣୀ ଲାଞ୍ଚ ନେଉଥିବା ବେଳେ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ।
ଭିଜିଲାନ୍ସ ନିକଟରେ ସୁଚନା ପହଞ୍ଚିଲା ପରେ ଭିଜିଲାନ୍ସ ଟିମ୍ ହିଞ୍ଜିଳିକାଟୁତହସିଲ କାର୍ଯ୍ୟାଳୟ ରେ ଗତମାସ ୨୨ତାରିଖ ଅପରାହ୍ନ ୩ଟା ବେଳେ ଚଢ଼ାଉ କରି ଅଭିଯୁକ୍ତ କିରାଣୀ ଲାଞ୍ଚ ନେଉଥିବା ବେଳେ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ।