Wednesday, November 11, 2026
Home ଆଞ୍ଚଳିକ ରକ୍ଷାବନ୍ଧନ ଉପଲକ୍ଷେ ଶାନ୍ତି ଶକ୍ତି ଭବନ ରେ ଆଧ୍ଯାତ୍ମିକ ସ୍ନେହ ମିଳନ l

ରକ୍ଷାବନ୍ଧନ ଉପଲକ୍ଷେ ଶାନ୍ତି ଶକ୍ତି ଭବନ ରେ ଆଧ୍ଯାତ୍ମିକ ସ୍ନେହ ମିଳନ l

56

ଆସିକା , ୧୦/୦୮/୨୨ ( ଜିଲ୍ଲା ଖବର ) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଶାନ୍ତି ଶକ୍ତି ଭଵନ ରେ ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l

ଏହି ଅବସରରେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସହରବାସୀଙ୍କୁ ରକ୍ଷାବନ୍ଧନ ର ଆଧ୍ଯାତ୍ମିକ ରହସ୍ୟ ବର୍ଣନା କରିବା ସହ ପରମାତ୍ମା ଶିବପିତାଙ୍କ ରକ୍ଷା ବଳୟରେ ସୁରକ୍ଷିତ ରହିବା ପାଇଁ ରାଜଯୋଗର ଅଭ୍ୟାସ କରାଇଥିଲେ l

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆସିକା ସାଂସଦ ପ୍ରମିଳା ବିଷୋୟୀ,ସମ୍ମାନିତ ଅତିଥି ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ଵାଇଁ,ଏନଏସି ନଗରପାଳିକା ବିନେତା ସ୍ୱାଇଁ ଯୋଗଦେଇ ସହରବାସୀଙ୍କୁ ରକ୍ଷା ବନ୍ଧନ ଉପଲକ୍ଷେ ଶୁଭେଚ୍ଛା ପ୍ରଦାନ କରିବା ସହ ଭାଇଚାରାର ସନ୍ଦେଶ ପ୍ରଦାନ କରିଥିଲେ ।


କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାର ସତ୍ୟପ୍ରିୟ ପରିଚାଳନା କରିଥିଲେ l ବ୍ରହ୍ମାକୁମାରୀ ସୁଜ୍ଞାନୀ, ଆଶା, ନୀଳିମା, ସବିତା,ଜ୍ଯୋତି, ନିଶି,ସୁମିତ୍ରା ଓ ବ୍ରହ୍ମlକୁମାର ବସନ୍ତ, ବୁଲୁ, କାହ୍ନୁ,ପଞ୍ଚାୟତି ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ରାଜଯୋଗିନୀ ପ୍ରଭାତୀ ଭଉଣୀ ସମସ୍ତଙ୍କୁ ରକ୍ଷା ସୂତ୍ର ବାନ୍ଧିବା ସହ ଈଶ୍ୱରୀୟ ପ୍ରସାଦ ବିତରଣ କରିଥିଲେ l