Home ଅପରାଧ ପୋଲିସ ଇନଫରମର ସନ୍ଦେହରେ ହତ୍ୟା କଲେ ମାଓବାଦୀ

ପୋଲିସ ଇନଫରମର ସନ୍ଦେହରେ ହତ୍ୟା କଲେ ମାଓବାଦୀ

78

ବାଲିଗୁଡା,୦୩/୦୧/୨୦୨୦(ସୁରେଶ କୁମାର ପଣ୍ଡ) ; କନ୍ଧମାଳ ଜିଲ୍ଲା କେନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ଼ରୁମା ପାଖରେ ଗତରାତିରେ ଘରୁ ଡ଼ାକି ହତ୍ୟା କରିଥିବା ଜଣା ପଡ଼ିଛି I ଗତ ଡ଼ିସେମ୍ବର ୪ତାରିଖରେ କୋଟଗଡ ବ୍ଲକ ଠାରେ ହତ୍ୟା ଧମକ ଦେଇଥିଲେ ମାଓବାଦୀ ଏକ ମାସ ମଧ୍ୟରେ ରେବିଙ୍ଗିଆ ପଞ୍ଚାୟତର ମାଡ଼ଦଳି ଗ୍ରାମର ରଞ୍ଜନ ଦିଗାଲଙ୍କୁ ହତ୍ୟା କରିଛନ୍ତି ମାଓବାଦୀ, ଗତ ଦୁଇଦିନ ତଳେ ରଞ୍ଜନ ତାଙ୍କ ଶଶୁର ଘରକୁ ଆସିଥିଲେ ଏହାର ସୁଯୋଗ ନେଇ ହତ୍ୟା କରିଥିବା ଜଣାପଡ଼ିଛି I ରଞ୍ଜନ ଓ ତାଙ୍କ ସ୍ତ୍ରୀ ସହିତ କେନୂଆଗାଁ ବଜାର ଯାଇଥିଲେ ଘରକୁ ଆସିଲା ପରେ ୧୨ରୁ ୧୩ଜଣ ମାଓବାଦୀ ସଶସ୍ତ୍ର ଧରି ରାତି ୮ଟା ସମୟରେ ଘରୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ଉପରେ ବିବଶ୍ଚ ଭାବେ ହତ୍ୟା କରି ବୁଡ଼ରୁମା ସ୍କୁଲ ପାଖରେ ଛାଡିବା ସହ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ପିଟି ଥିବା ସହ କଣ ପାଇଁ ମାରୁଛୁ ତାହା ଆମେ ଜଣେଇ ପାରିବୁନି ବୋଲିକହିଥିଲେ ଘଟଣା ସ୍ଥଳରେ ପୋଲିସ ଏ ପର୍ୟ୍ୟନ୍ତ ପହଞ୍ଚିନାହିଁ I