Sunday, October 11, 2026
Home ଆଞ୍ଚଳିକ ଭାଙ୍ଗିଲା ଅଙ୍ଗନବାଡି କେନ୍ଦ୍ର,ଅଭିଯୋଗ ପରେ ବି ପ୍ରଶାସନ ଚୁପ ।

ଭାଙ୍ଗିଲା ଅଙ୍ଗନବାଡି କେନ୍ଦ୍ର,ଅଭିଯୋଗ ପରେ ବି ପ୍ରଶାସନ ଚୁପ ।

74

ନନ୍ଦାହାଣ୍ଡି , ୧୦/୦୮/୨୨ ( ଜିଲ୍ଲା ଖବର ) : କୋମଳମତି ଶିଶୁ ମାନଙ୍କ ପାଇଁ ପ୍ରାକ ଶିକ୍ଷା ଅଧ୍ୟୟନ ଏବଂ ପୁଷ୍ଟିକରଖାଦ୍ୟ ପାଇଁ ସରକାର ଅଙ୍ଗନବାଡି ଏକ ସଫଳ ଯୋଜନା କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି

ଶିଶୁ ଙ୍କ ସୁରକ୍ଷାପାଇଁ ସରକାର କୋଟି କୋଟି ଟଙ୍କାବ୍ୟୟ ରେ ବହୁ ଯୋଜନା କାର୍ଯ୍ୟକାରୀ କରାଯାଇଛି ଗୃହ ନିର୍ମାଣ କରାଯାଉଛି ସେ ଗୃହ ନିମ୍ନ ମାନର ହେଉଥିବା ବେଳେ ଅଳ୍ପ ଦିନରେ ଭାଙ୍ଗି ମାଟିରେ ମିଶି ଯାଉଛି l

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଆନ୍ତର୍ଗର ଡମୁନାୟକ ଗୁଡା ରେ ଥିବା ଅଙ୍ଗନବାଡି କେନ୍ଦ୍ର ବର୍ଷାରେ ଭାଙ୍ଗି ଛାତ ପଡି ଯାଇଥିବା ସୂଚନା ମିଳିଛି l ସେହି ଅଙ୍ଗନବାଡି ରେ ପ୍ରାୟ ୨୦ ରୁ ୨୫ ଜଣ ଶିଶୁ ପ୍ରାକ ଶିକ୍ଷା ଗ୍ରହଣ କରନ୍ତି l ଏହି ଘର ଦୁର୍ବଳ ଥିବାର ବାରମ୍ବାର ଅଭିଯୋଗ କରାଯାଇ ଥିଲେ ହେଁ ପ୍ରଶାସନ ତରଫରୁ କୋୖଣସି ପଦକ୍ଷେପ ନେଉ ନ ଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି l

କୋଟି କୋଟି ଟଙ୍କା ଖର୍ଚ୍ଚକରି ତିଆରି କରାଯାଉଛି କିନ୍ତୁ ନିମ୍ନମାନର କାମ ଯୋଗୁଁ ଅଳ୍ପ ଦିନରେ ଘର ଗୁଡିକ ଭାଙ୍ଗି ଯାଉଥିବାର ଦେଖିବାକୁ ମିଳିଛି l ନନ୍ଦାହାଣ୍ଡି ବ୍ଲକ ଏମିତି ଅନେକ ଅଙ୍ଗନବାଡି ଘର ସଚନୀୟ ଅବସ୍ଥାରେ ପଡ଼ିରହିଛି l

ନା ନୂତନ ଘର ତିଆରି କରାଯାଉଛି ନା ସେହି ଘରେ ଅଙ୍ଗନବାଡି ଚାଲି ପାରୁଛି କେଉଁ ଅଙ୍ଗନବାଡିରେ ଛାତରୁ ପାଣି ଗଳୁଛି ତ କେଉଁଠି କାନ୍ଥ ଫାଟି ଆଁ କରିଛି କୁନି କୁନି ପିଲା ମାନଙ୍କୁ ନେଇ ଖାଲି ପହସନ ଚାଲିଥିବାର ଚର୍ଚ୍ଚା ହେଉଛି l

ଏହି ଅଙ୍ଗନୱାଡି ପାଇଁ ସରପଞ୍ଚ,ବିଡିଓ ବିଧାୟକ ଙ୍କୁ ଗୃହ ଅବସ୍ଥା ନେଇ ଅବଗତ କରାଯାଇଥିଲେ ମଧ୍ୟ ସେଥିପ୍ରତି ଦୁଷ୍ଟି ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏବେ ଗୋଷ୍ଠି କେନ୍ଦ୍ରରେ ଅଙ୍ଗନବାଡି ଚାଲିଥିବା ଅଙ୍ଗନବାଡି ଦିଦି କହିଛନ୍ତି l ତୁରନ୍ତ ଅଙ୍ଗନବାଡି ଗୃହ କରିବା ପାଇଁ ଦାବି ହେଉଛି l