Home ଆଞ୍ଚଳିକ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରେ ଶିଳ୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରେ ଶିଳ୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

83


ରାୟଗଡ଼ା , ୧୦/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ସଦର ମହକୁମା ରେ ଥିବା ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କ ନେଇ ଶିଳ୍ପ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ବିକାଶ ଚନ୍ଦ୍ର ଜୈନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅଗ୍ରଣୀ ବ୍ୟାଙ୍କମୁଖ୍ୟ ପ୍ରବନ୍ଧକ ଧୀରେନ୍ଦ୍ର ବିହାରୀ , ଏସ ବି ଆଇ ତାଲିମ ଅନୁଷ୍ଠାନ ର ନିର୍ଦ୍ଦେଶକ ସରୋଜ କାନ୍ତ ପୃଷ୍ଟି ,ନାବାର୍ଡ ସହ ପ୍ରବନ୍ଧକ ସନ୍ତୋଷ କୁମାର ସାମଲ,ଉଦ୍ୟାନ ବିଭାଗ ସହ ନିର୍ଦ୍ଦେଶକ ପତିତ ପାବନ ସାମନ୍ତରାୟ,କଟକ ସ୍ଥିତ ଏମଏସଏମଇ ଡିଆଇ ସହ ନିର୍ଦ୍ଦେଶକ ସୁଭାଷ କୁମାର ସାହୁ , ରାୟଗଡା ଏମଏସଏମଇ ଡିଆଇ ସହ ନିର୍ଦ୍ଦେଶକ ଏନ କଟି ରତ୍ନମ ଓ ଏଏସଏମଇ ସଭାପତି କେ. ନରିନ କୁମୁଦନ ପ୍ରମୁଖ ଯୋଗଦେଇ ଶିଳ୍ପଦ୍ୟୋଗୀ ସଫଳତା ପାଇଁ କଠିନ ପରିଶ୍ରମ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସଫଳ କରିବା ପାଇଁ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଯୁବକ ଯୁବତୀ ମାନଙ୍କୁ କହିଥିଲେ।

ଏଥିରେ ପ୍ରଧାନମନ୍ତ୍ରୀ ଆତ୍ମ ନିଯୁକ୍ତି ଯୋଜନା ,କେନ୍ଦ୍ର ସରକାରଙ୍କ ଜେଡଇୟୁ ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ବିଷୟରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ। ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟାଳୟ ର ଶିଳ୍ପ ବିକାଶ ଅଧିକାରୀ ଚିତ୍ତରଞ୍ଜନ ମଲ୍ଲିକ,ସୁନୀଲ ପଟ୍ଟନାୟକ,ସୁବ୍ରତ କୁମାର ପଟ୍ଟନାୟକ,ଡିଆଇପିଏ ର ଆଇପିଇ ସୁନୀଲ କୁମାର ପ୍ରଧାନ ଙ୍କ ସମେତ ଜିଲ୍ଲାର ଶତାଧିକ ଶିଳ୍ପଦ୍ୟୋଗୀ ଯୋଗଦାନ କରିଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।