Sunday, October 11, 2026
Home ଅପରାଧ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ କାରରୁ ମିଳିଲା କୋଟିଏ ୨୨ ଲକ୍ଷ ନଗଦ...

ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ କାରରୁ ମିଳିଲା କୋଟିଏ ୨୨ ଲକ୍ଷ ନଗଦ ଟଙ୍କା l

87

ବ୍ରହ୍ମପୁର , ୧୦/୦୮/୨୨ ( ଜିଲ୍ଲା ଖବର ) : ଗତକାଲି ଅପରାହ୍ନରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ କାରରୁ ମିଳିଲା କୋଟିଏ ୨୨ ଲକ୍ଷ ନଗଦ ଟଙ୍କା l

ଜବତ ଟଙ୍କା ସହ ଅଟକ ବ୍ୟକ୍ତିଙ୍କୁ ପୁଲିସକୁ ହସ୍ତାନ୍ତର କଲେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟନନ୍ଦ ସାମନ୍ତ ଏବଂ ତାଙ୍କ ଟିମ l


ଅଟକ ବ୍ୟକ୍ତି ହେଲେ ମହାରାଷ୍ଟ୍ରର ଭରତ ଗୋଖେ ନାୟକ । ଭରତଙ୍କୁ ପଚରା ଉଚରା ବେଳେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କ ଠାରୁ ୨୦ ସୁନା ବିସ୍କୁଟ ଜବତ l

ଘଟଣାକୁ ନେଇ ପୋଲିସ ଆୟକର ଓ ଜିଏସଟି ବିଭାଗର ଯୋଗାଯୋଗରେ ।

ସହରର କିଛି ସୁନା ବ୍ୟବସାୟିଙ୍କୁ ପୋଲିସର ପଚରା ଉଚରା ଜାରି I ମହାରାଷ୍ଟ୍ରର ଭରତ ଏଠାକାର କିଛି ସୁନା ବ୍ୟବସାୟୀଙ୍କୁ ସୁନା ବିକ୍ରିକରି ନଗଦ ଟଙ୍କା ନେଇ ଯାଉଥିବା ବେଳେ ଧରାପଡିଲା l