କଂଗ୍ରେସ ସ୍ୱାଧୀନତା ଗୌରବ ପଦଯାତ୍ରା ।

36

ନନ୍ଦାହାଣ୍ଡି, ୧୦/୦୯/୨୨ ( ଜିଲ୍ଲା ଖବର ) :  ଅଗଷ୍ଟ କ୍ରାନ୍ତି ଦିବସରେ ସ୍ବାଧୀନତାର ଗୌରବ ପଦଯାତ୍ରା ତ୍ୟାଗ ଓ ବଳିଦାନର ୭୫ବର୍ଷ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା  କଂଗ୍ରେସ କମିଟି ତରଫରୁ  l

ସ୍ୱାଧିନତାର ଗୌରବ ଯାହା ସହିଦ ଗ୍ରାମ ନୂଆଗାଁ ଠାରୁ ଢ଼ଙ୍ଗରଭେଜା ପର୍ଯ୍ୟନ୍ତ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସ୍ବାଧୀନତାର ସଭାପତି ମନୋରଞ୍ଜନ ତ୍ରିପାଠୀ ୭୫ ବର୍ଷ ପୂର୍ତ୍ତି ତଥା କ୍ରାନ୍ତି ଦିବସ ପାଳନ ଅବସରରେ ଭାରତୀୟ ଜାତୀୟ କଂଗ୍ରେସ କମିଟି ତରଫରୁ ମଙ୍ଗଳବାର ଗୌରବ ପଦଯାତ୍ରାର ଆୟୋଜନ କରାଯାଇଛି ।

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଛି ।

ବ୍ଲକର ସହିଦ ଗ୍ରାମ ନୂଆଗାଁ ଠାରୁ ଡଙ୍ଗର ଭେଜା ପର୍ଯ୍ୟନ୍ତ ଏହି ସ୍ଵାଧୀନତାର ଗୌରବ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଭାବେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ନିମାଇଁ ସରକାରଙ୍କ ଉପସ୍ଥିତ ଥିଲେ ।

ଜିଲ୍ଲା କଂଗ୍ରେସ ଜିଲ୍ଳା ସଭାପତି ମନରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ନନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ, ଦ୍ବାରିକା ମହାପାତ୍ର,ଦିଲିପ କୁମାର ବେହେରା ଓ ନନ୍ଦାହାଣ୍ଡି ବ୍ଲକ ଓ ଜିଲ୍ଲା କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ନୂଆଁ ଗାଁରେ ସହିଦ୍ ଘାସି ଜାନୀ ଓ ଦୀନବନ୍ଧୁ ଜାନୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଶୁଭ ପକାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ବ୍ଲକ ଜୋନ୍-୨ର ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ଦହଣା ସରପଞ୍ଚ କମଳା ପୂଜାରୀ,ନନ୍ଦାହାଣ୍ଡି ବ୍ଲକ ଲ୍ୟାମ୍ପ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀ, ସମିତି ସଭ୍ୟା ହୀରା ମଣି ଜାନୀ ଓ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।
ନନ୍ଦାହାଣ୍ଡି ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର।