Home ଆଞ୍ଚଳିକ ବିଶ୍ୱ ଆଦିବାସୀ ଦିବସ ରେ ରାୟଗଡ ଠାରେ ବିଶାଳ ସମାବେଶ।

ବିଶ୍ୱ ଆଦିବାସୀ ଦିବସ ରେ ରାୟଗଡ ଠାରେ ବିଶାଳ ସମାବେଶ।

78

ରାୟଗଡ଼ା , ୦୯/୦୮/୨୨ (ଜିଲ୍ଲା ଖବର) : ବିଶ୍ୱ ଜନଜାତି ଦିବସରେ ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି। ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ପ୍ରଜାତିର ଜନଜାତି ମୁଖିଆ ଯୋଗଦେଇଥିଲେ।ଏହି ଶୋଭାଯାତ୍ରା ରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାରମ୍ପରିକ ନୃତ୍ୟ ଗୀତ କରି ସ୍ଲୋଗାନ ସହଜି ସି ଡି ହାଇ ସ୍କୁଲ ପଡ଼ିଆ ରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ସେଠାରେ ବିଭିନ୍ନ ସ୍ଥାନର ଆଦିବାସୀ ନେତା ମାନେ ଅବିଭାଷଣ ରଖିଥିଲେ।

ଶିକ୍ଷାବିନା ଅଡିବାସୀଙ୍କର ମାନସିକ ଆର୍ଥିକ ଉନତି ଅସମ୍ଭବ ବୋଲି ଶ୍ରୀ କଡ୍ରକା କହିଥିଲେ।ଜିଲ୍ଲାର ଆଦିବାସୀଙ୍କ ବିଭିନ୍ନ ସମସ୍ୟା କିପରି ସମାଧାନ ହେବ ତାର ମନ୍ଥନ କରିଥିଲେ।ତତ୍ ସଂଗେ ସଂଗେ ପରମ୍ପରା ସଂକୃତି, ପୁରାତନ ପୂଜା ପଦ୍ଧତି ର ପୁନଃ ଉଦ୍ଧାର କରିବା ଭଳି ଉଥାନ କାର୍ଯ୍ୟ କରାଯାଇଥିଲା।

ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ଆଦିବାସୀ ମହାସଂଘର ସଭାପତି ଅପଲସ୍ୱାମୀ କଡ୍ରକା, ପ୍ରତାପ ପୁଅଲା, ଗୋପୀ ପେରିଶିକା ଅନ୍ୟମାନେ ଯୋଗଦେଇଥିଲେ।ସେହିଭଳି ଗୁଣୁପୁର ଉପଖଣ୍ଡ ର ସାଂସ୍କୃତିକ ସଂଘ ତରଫରୁ ଆଦିବାସୀ ଦିବସ ପାଳନ କରାଯାଇଥିଲା।

ଏହି ଆୟୋଜନ ଆଦିବାସୀ ନେତା ରାଜ୍ୟ ଜନଜାତି ମୋର୍ଚାର ସମ୍ପାଦକ ତଥା ଗଜପତି ପ୍ରଭାରୀ ବିଦ୍ୟାଧର ଶବର, ଚକ୍ରପାଣି ଶବର,ବଳରାମ ଶବର, ରୋହୀଦଶ ଶବର,ଆରସି ଶବର, ଫାଲ୍ଗୁନି ଶବର, କାର୍ତିକ ଶବର ପ୍ରମୁଖ ଯୋଗଦେଇଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।