Home ଆଞ୍ଚଳିକ ଯୁବ ଗୋଷ୍ଠୀ ଓ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅସହାୟଙ୍କୁ ଶୀତବସ୍ତ୍ର ଓ ମିଷ୍ଟାନ...

ଯୁବ ଗୋଷ୍ଠୀ ଓ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅସହାୟଙ୍କୁ ଶୀତବସ୍ତ୍ର ଓ ମିଷ୍ଟାନ ବଟଂନ

292

ଆସିକା,୦୨/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ;ଆସିକା ବ୍ଲକ ଖୁକୁଣ୍ଡିଆ ଗ୍ରାମରେ ହେଲପିଙ୍ଗ ହ୍ୟାଣ୍ଡ ଚାରିଟେବଲ ଗ୍ରୁପର ଯୁବ ଗୋଷ୍ଠୀ ଓ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅସହାୟଙ୍କୁ ଶୀତବସ୍ତ୍ର ଓ ମିଷ୍ଟାଣ ବଟଂନ କରାଯାଇଛି । ନୂତନ ବର୍ଷର ଏକ ସୃଜନଶୀଳ ପଦକ୍ଷେପ ନେଇ ଗ୍ରାମର ଯୁବ ଗୋଷ୍ଠି ନିଜର ଚାରିଟେବଲ ଗ୍ରୁଟ ହେଲପିଙ୍ଗ ହ୍ୟାଣ୍ଡ ଜରିଆରେ ଏକ ନିଆର ଢଙ୍ଗରେ ସେବା ମନୋବୃତି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଅବସରରେ ପ୍ରାୟ ୬୦ ଜଣ ଅସହାୟ ଓ ଗୃହହୀନ ବ୍ୟକ୍ତି, ବୃଦ୍ଧା,ବୃଦ୍ଧ ଓ ମାନସିକ ରୋଗିଙ୍କୁ ଶୀତବସ୍ତ୍ର,କମ୍ବଳ,ମିଷ୍ଟାନ ବଟଂନ ସାଙ୍ଗକୁ ଏକ ନୈଶ୍ୟ ଭୋଜନର ଆୟୋଜନ କରିଥିଲେ ।

ପୂର୍ବ ନିଷ୍ପତି ଅନୁଯାୟୀ ରାଜ୍ୟ ବାହାରେ କାର୍ଯ୍ୟରତ ଯୁବକ ଗୋଷ୍ଠି ନୁଆ ବର୍ଷ ଅବସରରେ ସେବା ମନ ନେଇ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ଅବସରରେ ଶୀତ ରାତିରେ ରାସ୍ତା କଡରେ ଜୀବନ ବିତାଉଥିବା ଲୋକଙ୍କୁ ଏକାଠି କରି ଶିତବସ୍ତ୍ର ବଟଂନ କରିଥିଲେ । ବିଭିନ୍ନ ରାସ୍ତା କଡରେ ରାତି କଟାଉଥିବା ଗରିବ ଲୋକଙ୍କୁ ମଧ୍ୟ କମ୍ବଳ,ସାଲ,ସ୍ୱେଟର ଆଦି ପ୍ରଭୃତି ବଟଂନ କରିଥିଲେ । ଖୁକୁଣ୍ଡିଆ ଗ୍ରାମର ହେଲପିଙ୍ଗ ହ୍ୟାଣ୍ଡ ଚାରିଟେବଲ ଗ୍ରୁପ ପ୍ରତିବର୍ଷ ଏହି ସେବାକୁ ଆଗ୍ରାଧିକାର କରିବା ସହିତ ଅସହାୟ ଓ ବେସାହାରା ଲୋକଙ୍କୁ ସେବା ପାଇଁ ଆଗକୁ ବଢିବେ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ସେବା ମନୋବୃତି କାର୍ଯ୍ୟରେ ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନ ନିମିନା ଆଦର୍ଶ ବିଦ୍ୟାଳୟର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ବଟଂନ ବେଳେ ହେଲପିଙ୍ଗ ହ୍ୟାଣ୍ଡ ଚାରିଟେବଲ ଗ୍ରୁପର ରାମକୃଷ୍ଣ ଜେନା,ଧର୍ମେଶ ବିଶ୍ୱାଳ, ଦୁର୍ଗା ମାଧବ ଡାକୁଆ,ରଞ୍ଜନ କୁମାର ଲେଙ୍କା, ସନ୍ତୋଷ ପ୍ରଧାନ,ବୁଲୁ ମୁନୀ,ପ୍ରଭାତ ମହାପାତ୍ର, ମାମା ମହାପାତ୍ର,ଅର୍ଚ୍ଚନା ପାଣିଗ୍ରାହି,ସୁନୀତା ସ୍ୱାମୀ, ସୁଜିତ କୁମାର ନାୟକ,ଆକାଶ ସାହୁ, ବିକାଶ ମହାନ୍ତି,ରାମ ସ୍ୱାଇଁ,ଶ୍ୟାମଘନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶୀତବସ୍ତ୍ର ବଟଂନ କରିଥିଲେ ।