Thursday, November 12, 2026
Home ଆଞ୍ଚଳିକ ଲଗାଣ ବର୍ଷାରେ ଏକର ଏକର ଫସଲ ବୁଡ଼ିଲା ।

ଲଗାଣ ବର୍ଷାରେ ଏକର ଏକର ଫସଲ ବୁଡ଼ିଲା ।

86

ଆସିକା , ୦୯/୦୮/୨୨ ( ଜିଲ୍ଲା ଖବର ) : ତିନି ଦିନର ଲଗାଣ ବର୍ଷାରେ ଆସିକା ବ୍ଲକ ସିଦ୍ଧନୟୀ ପଞ୍ଚାୟତର ଅନେକ ଗ୍ରାମର ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି। ବଡନଦୀ ପର୍ଶ୍ୱର ନଈଦାଣ୍ଡିଆ ତଟବର୍ତୀ ଗ୍ରାମ ସିଦ୍ଧନୟୀ, ମହାରାଜପୁର, ଅତରଙ୍ଗ, ବଡଗଡ ଓ ଗବନଳା ଭଳି ଅଞ୍ଚଳର ଏକର ଏକର ଚାଷ ଜମିର ତଳି ପାଣିରେ ବୁଡି ରହିଛି।

ଚାଷୀ ହଳ ଲଙ୍ଗଳ କରି ମୂଲ ଲାଗି ଯାହା ଖର୍ଚ୍ଚ କରିଥିଲା ସବୁ ପାଣିରେ ଗଲା। ଏ ବର୍ଷ ଆଉ ଖନ୍ଦ ହବକି ନାହିଁ ସେଥିପାଇଁ ଚାଷୀଙ୍କ ମନ ଗତକିଛି ଦିନ ତଳେ ଜମିରେ ତଳି ପୋଡିଯିବା ଅବସ୍ଥା ହୋଇଥିବା ବେଳେ ବର୍ଷା ପାଇଁ ଚାଷୀ ଚାତକ ପରି ଅନେଇ ରହିଥିଲେ।

ହେଲେ ବର୍ଷା ଆସିଲା କିନ୍ତୁ ୩ ଦିନ ଧରି ଲଗାଣ ବର୍ଷା ହେବାରୁ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଚାଷୀର ଚିନ୍ତାକୁ ବଢାଇଲା।ଋଣ ଶୁଝିବେ କେମିତି, ଘର ଚଳାଇବେ କେମିତି ଆଉ ବର୍ଷ ତମାମ ପିଲେ ଖାଇବେ କେମିତି, ବଞ୍ଚିବେ କିପରି।


ଏ ଲଗାଣ ବର୍ଷା ଭାଗ ଚାଷୀଙ୍କ ପାଇଁ ଆଣିଛି ଦୁଃଖ।ଅନେକ ଲୋକଙ୍କ ଚାଷଜମିକୁ ଭାଗଚାଷ ସୂତ୍ରରେ ଆଣି ପରିବାର ଚଳାଇବ ବୋଲି ଆଶା ବାନ୍ଧିଥିଲା ଭାଗଚାଷୀ କିନ୍ତୁ ଏହି ଲଗାଣ ବର୍ଷା କେତେବେଳେ ବନ୍ୟା ତ କେତେବେଳେ ବାତ୍ୟାରେ ଚାଷୀ ସର୍ବଦା ନିଜର ଉପାର୍ଜନ ହରେଇ ଥିଲେ

ମଧ୍ୟ ଉପାୟ ଶୂନ୍ୟ ହୋଇ ଚାଷ ବୃତ୍ତିକୁ ଛାଡି ପାରୁନଥିବାରୁ ଏ ଦୁର୍ଦ୍ଦଶା ଭୋଗୁଛନ୍ତି।ବର୍ତ୍ତମାନ ଆଉ ଆଗକୁ ଉପାୟ ନଥିବାରୁ ଅନ୍ୟ ପନ୍ଥା ନେବାକୁ ବାଧ୍ୟ ହେବୁ କହୁଛନ୍ତି ଚାଷୀ।