Home Uncategorized ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ପଞ୍ଚଶମ୍ଭୁ ଙ୍କ ପୀଠ ବୁଦ୍ଧଖୋଲ ରେ କାଉଡିଆଙ୍କ ଭିଡ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ପଞ୍ଚଶମ୍ଭୁ ଙ୍କ ପୀଠ ବୁଦ୍ଧଖୋଲ ରେ କାଉଡିଆଙ୍କ ଭିଡ ।

76

ବୁଗୁଡା , ୦୯/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ତଥା ପଞ୍ଚମହାଦେବଙ୍କ ପୀଠ ସ୍ଥଳୀରେ ଶ୍ରାବଣ ମାସର ଚତୁର୍ଥ ପାଳି ତଥା ଶେଷ ସୋମବାର ଏବଂ ପୁତ୍ରଦା ଏକାଦଶୀ ସୋମବାର ଦିନ କାଉଁଡିଆମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଗତ ଦୁଇବର୍ଷ ଧରି ବିଶ୍ବ ମହାମାରୀ କରୋନା ର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସରକାରଙ୍କ କଟକଣା ଯୋଗୁଁ ଏହି ଶ୍ରାବଣ ମାସର ଶୈବ ଉପାସକମାନେ କାଉଡିଆ ହୋଇ ଆସୁଥିବା ବନ୍ଦ ରହିଥିବା ବେଳେ ବର୍ତ୍ତମାନ ଏହି ବର୍ଷ କଟକଣା ହଟିବା ପରଠୁଁ ଭକ୍ତମାନଙ୍କ ଆନନ୍ଦ କହିଲେ ନ ସରେ।

ସାରା ଓଡିଶାର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଭକ୍ତମାନେ କାମନା କରି କାଉଡିଆ ବେଶରେ ଶୁଦ୍ଧ ପବିତ୍ରତା ମନରେ ପବିତ୍ରତା ନଦୀମାନଙ୍କରୁ ପାଣି ଭାର ଧରି ବୁଦ୍ଧଖୋଲ ପଞ୍ଚମହାଦେବଙ୍କ ପୀଠକୁ ଆସି ଶ୍ରଦ୍ଧା ଚିତ୍ତରେ ଜଳାଭିଷେକ କରିଛନ୍ତି।

ଏହି ସୋମବାର ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିଲେ ମଧ୍ଯ ଭକ୍ତମାନଙ୍କ ଭାବକୁ ଅଟକାଇ ପାରିନଥିଲା ।

ମାଲକାନଗିରି,ନବରଙ୍ଗପୁର,କନ୍ଧମାଳ,ନୟାଗଡ଼,ଖୋର୍ଦ୍ଧା,ପୁରୀ,ଗଜପତି ଏବଂ ଗଞ୍ଜାମ ଜିଲ୍ଲା ବ୍ୟତୀତ ସମସ୍ତ ଜିଲ୍ଲାରୁ ହଜାର ହଜାର ନାରୀ ଓ ପୁରୁଷ ଭକ୍ତ ଆସିଥିବା ବେଳେ ଛୋଟ ଛୋଟ ବାଳକ ବାଳିକାମାନଙ୍କ ମଧ୍ଯ ଉତ୍ସାହିତ ଦେଖିବାକୁ ମିଳିଥିଲା।

ପ୍ରଭୁ ପଞ୍ଚମହାଦେବଙ୍କ ମସ୍ତକରେ ଜଳାଭିଷେକ କରିବା ପରେ ଅଞ୍ଚଳର ପ୍ରଭୁ କୁବେରଶ୍ବର,କପିଳେଶ୍ଵର, ଲୋକନାଥେଶ୍ବରଙ୍କୁ ଦର୍ଶନ ଲାଭ କରି ଆଶିଷ ଭିକ୍ଷା କରୁଥିବା ଜଣାଯାଇଛି ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।