ବିଦ୍ୟାଳୟ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

20

ଗଜପତି,୨୦/୮(ପ୍ରଭାତ କୁମାର ପାତ୍ର): ଗୋସାଣୀ ବ୍ଲକ୍ ଗାରବଦ୍ଧା ସ୍ଥିତ ଶ୍ରୀ ଭେଙ୍କଟେଶ୍ରର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ବ୍ଲକ ସ୍ତରରେ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପିତଉଛବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ, ଜିଲ୍ଲା କ୍ରୀଡ଼ାନିରୀକ୍ଷକ ଏସ. ଏଲ. ରାଓ ସମ୍ମାନନୀୟ ଅତିଥି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ତିରୁମୁଲା ରାଓ ପଟ୍ଟନାୟକ ସଭାପତିତ୍ବ ଆସନ ଅଳଙ୍କୃତ କରିଥିଲେ। ଆୟୋଜିତ ପ୍ରତଯୋଗିତା ଦୈାଇ, ଉଚଡିଆ, ଲମ୍ବଡିଆ,ସଟ୍ ଫୁଟ୍, ଜାଭେଲିନ୍ ଥ୍ରୋ,ଏହି ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉକ୍ତ ପ୍ରତିଯୋଗିତାରେ ୨୮ ଟି ବିଦ୍ୟାଳୟର ସମସ୍ତ କ୍ରୀଡା ଶିକ୍ଷକ ଯୋଗଦେଇଥିଲେ। ଏହି କ୍ରୀଡା ପ୍ରତାଯୋଗିତାରେ୪୭ ଜଣ ବାଳିକା ଓ ୧୮୨ଜଣ ବାଳକା ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ବ୍ଲକ ସ୍ତରିୟ କ୍ରୀଡ଼ା ଶିକ୍ଷକ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ଏହି କ୍ରିଡା ପ୍ରତଯୋଗିତା ବିବେଚିତ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ ବିତ୍ତରଣ କରାଯାଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର ପ୍ରତିଯୋଗି ଆସନ୍ତା ୨୭,୨୮,୨୯ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବେ। ଶେଷରେ ବିଦ୍ୟାଳୟ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜତା ପ୍ରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ।