ଭଞ୍ଜନଗର ମୁଖ୍ୟ ଡାକଘର ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ପାଳିତ l

68

ଭଞ୍ଜନଗର , ୦୯/୦୮/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ମୁଖ୍ୟ ଡାକଘର ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଡାକ ପାଳ ସୂର୍ଯ୍ୟ ନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ l ବରିଷ୍ଠ ସମାଜସେବୀ ହରିକୃଷ୍ଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ପାଳନ ହେଉଥିବା କହିଛନ୍ତି l

ବିଦେଶୀ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଲକ୍ଷ ଲକ୍ଷ ସଂଗ୍ରାମୀ ନିଜ ଜୀବନକୁ ବଳିଦାନ କରିଛନ୍ତି l ତେବେ ଇତିହାସ ପୃଷ୍ଠାରେ ସେମାନଙ୍କ ନାମ ଲିପିବଦ୍ଧ କରାଯାଇନାହିଁ l ସେମାନଙ୍କୁ ମନେ ପକାଇବା ସହ ସ୍ବାଧୀନତା ସଂଗ୍ରାମରେ ଭଞ୍ଜନଗର ଅଞ୍ଚଳରେ ମଧ୍ୟ ଅବଦାନ ମଧ୍ୟ ରହିଥିବା ସେ କହିଛନ୍ତି l

ଏହି କାର୍ଯ୍ୟକ୍ରମଟିକୁ ଜନସାଧାରଣ ନିକଟରେ ପହଞ୍ଜିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ନାନରେ ଆଜି ଭଞ୍ଜନଗର ମୁଖ୍ୟ ଡାକଘରର ସମସ୍ତ କର୍ମଚାରୀ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ମୁଖ୍ୟ ଡାକଘରରୁ ବାହାରି ଷ୍ଠେଟ ବ୍ୟାଙ୍କ ଛକ ଦେଇ ସହର ପରିକ୍ରମା କରି ଖାଲାସି ସାହି ଦେଇ ମୁଖ୍ୟଡାକଘର କାର୍ଯ୍ୟଳୟରେ ପହଞ୍ଜି ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଡାକ ସହକାରୀ ଅଧିକ୍ଷକ ଓ କର୍ମଚାରୀମାନେ ଭାଗ ନେଇ ନ ଥିବା ଦେଖିବାକୁ ମିଳିଥିଲା ।

ଡାକ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶକର ଅବମାନନା କଲେ ଭଞ୍ଜନଗର ଡାକ ସହକାରୀ ଅଧୀକ୍ଷକ।ଏହି କାର୍ଯ୍ୟକ୍ରମରେ ସେଛାସେବୀ ହରିକୃଷ୍ଣ ସାହୁ,ଶମ୍ଭୁନାଥ ତ୍ରିପାଠୀ,ଶଙ୍କର ଗୌଡ଼,ଗଣେଷ ସ୍ବାଇଁ, ରବିନ୍ଦ୍ର କୁମାର ବିଷୋୟୀ ,ଲୋକନାଥ ଗୌଡ଼,ଶୁମନ ସଂଗୀତ ପଟ୍ଟନାୟକ,ରମାକାନ୍ତ ଶତପଥୀ ,ଦେବୀପ୍ରସାଦ ପଣ୍ଡା,କାତ୍ତିକେଶ୍ବର ମଂଗରାଜ,ସୂର୍ଯ୍ୟ ନାରାୟଣ ଦାସ, ପ୍ରମୁଖ ଯୋଗଦେଇଥିଲେ l