Home ଆଞ୍ଚଳିକ ଶ୍ରାବଣ ମାସ ଶେଷ ସୋମବାର ରେ କାଉଡିଆଙ୍କ ଭିଡ।

ଶ୍ରାବଣ ମାସ ଶେଷ ସୋମବାର ରେ କାଉଡିଆଙ୍କ ଭିଡ।

50

ରାୟଗଡ଼ା , ୦୮/୦୮/୨୨ (ଜିଲ୍ଲା ଖବର) : ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମ ଵାର। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଶୈବ ପୀଠରେ ଆଜି ଦୂର ଦୁରାନ୍ତରୁ ଅନେକ ଭକ୍ତ ତଥା କାଉଡ଼ିଆ ମାନଙ୍କର ସମାଗମ ହୋଇଥିଲା।

ଝିପି ଝିପି ବର୍ଷା ର ଆସରକୁ ଖାତିର ନ କରି ଛୁଟି ଆସିଥିଲେ ଅନେକ ଭକ୍ତ ମହାଦେବ ଙ୍କୁ ଜଳ ଅଭିଷେକ କରିବା ଲାଗି। ଭକ୍ତଙ୍କ ମତରେ ଭୋଳା ବାବାଙ୍କ ଆଶୀର୍ବାଦ ପ୍ରାପ୍ତ ତଥା ମାନସିକ ପୂରଣ ଲାଗି ଶିବ ଲିଙ୍ଗ ରେ ଜଳ ଲାଗି କରିବା ବିଶ୍ୱାସ ରହିଛି।

ମନୋରମ ସ୍ଥଳୀ ଚାଟିକଣା ର ପାହାଡ଼ ଘେରା ଅଞ୍ଚଳ,ପାହାଡ଼ର ପାଦ ଦେଶରେ ମହାଦେବଙ୍କ ଆଭିର୍ବାବ କେଉଁ ଆବାହନ କାଳରୁ।
ସୁନ୍ଦର ପରିବେଶକୁ ଆହୁରି ଅଧିକ ସୁନ୍ଦର କରି ଦେଇଥିଲା ଭକ୍ତି ମୟ ପରିବେଶ।

ଭକ୍ତଙ୍କ ବୋଲ ବମ୍ ମହା ଶବ୍ଦରେ କମ୍ପି ଉଠୁଥିଲା ମର୍ତ୍ତ୍ୟ ଗଗନ। ଏଇ ଦୃଶ୍ୟ ଦର୍ଶନ ମାତ୍ରକେ ମନରେ ଜାତ ହେଇଥିଲା ଅସରନ୍ତି ଭକ୍ତି, ଆନନ୍ଦ ଓ ଏକ ପ୍ରକାର ଅଲୌକିକ ଶକ୍ତି ର ଅନୁଭବ।

ପୁଣି ଆର ବର୍ଷକୁ ଏଇ ଦୃଶ୍ୟ ଦେଖିବାକୁ ମିଳିବ। ଆଉ ଏଇ ଆଜିର ଶେଷ ସୋମ ଵାର ସ୍ମରଣୀୟ ହୋଇ ରହିଯିବ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।