Saturday, November 14, 2026
Home ଆଞ୍ଚଳିକ ମନ୍ତ୍ରୀ ଙ୍କ ଦ୍ଵାରା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ମାନଙ୍କୁ ହିତାଧିକାରୀ ପରିଚୟପତ୍ର ପ୍ରଦାନ।

ମନ୍ତ୍ରୀ ଙ୍କ ଦ୍ଵାରା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ମାନଙ୍କୁ ହିତାଧିକାରୀ ପରିଚୟପତ୍ର ପ୍ରଦାନ।

104

ରାୟଗଡ଼ା , ୦୮/୦୮/୨୨ (ଜିଲ୍ଲା ଖବର) : ଆଦିମ ଜନଜାତି ଡଙ୍ଗରିଆ କନ୍ଧ ପରିବାର କୁ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ଦ୍ଵାରା ହିତାଧିକାରୀ ପରିଚୟ ପତ୍ର,୩୨ ଜଣ ହିତାଧିକାରୀଙ୍କୁ ଆୟ ଉପାର୍ଜନ ପାଇଁ ଜଣକ ପିଛା୨୭୦୦୦ ଟଙ୍କା ଅନୁଦାନ, କୋଚରଲା ଗ୍ରାମର୧୨ଜଣ ହିତାଧିକାରୀ ଙ୍କୁ ସୋଲାର ଲାଇଟ, ଧୂମ୍ର ବିହୀନ ଚୁଲା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ଏବଂ ଆଇନ ବିଭାଗ,ଓଡ଼ିଶା ସରକାର ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କର କମଲେସୁରେ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମ ଟିକୁ ଚାଟିକଣା ଡିକେଡିଏ ସଂସ୍ଥା ଦ୍ୱାରା ବଣ୍ଟନ କରାଯାଇଛି।।ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଷମକଟକ ପଂଚାୟତ ସମିତି, ସରପଞ୍ଚ, କୁରଲୀ ଓ ଚାଟିକୋଣା ଗ୍ରାମ ପଂଚାୟତ,

ସ୍ୱତନ୍ତ୍ର ଅଧିକାରୀ, ଚାଟିକଣା ଡିକେଡିଏ ସଂସ୍ଥା ର ପ୍ରଜେକଟ ଡାଇରେକ୍ଟର ଶ୍ରୀ ସୁଦର୍ଶନ ପାଢୀ, ଓପିଲିପି ସଂସ୍ଥାର ତପନ କୁମାର ନାୟକ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।