
ଆସିକା,୦୨/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗତକାଲି ସଂଧ୍ୟାପ୍ରାୟ ୭ଟା ବେଳେ ଗଣ୍ଡଗୋଳ ହୋଇଥିବା ବେଳେ ଏନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଲିଖୀତ ଅଭିଯୋଗ କରାଯାଇଛି । ଏହି ଗଣ୍ଡଗୋଳରେ ସାପୁଆ ପଲ୍ଲୀ ଗ୍ରାମର ରମେଶ ନାହକ ବୟସ (୬୦) ସହିତ ପୁଅ ଟୁକୁନା ନାହକ ଓ ବୋହୁ ସୁଦଷ୍ଣା ନାହକ ଗୁରୁତର ହୋଇଥିବା ଲିଖିତ ଅଭିଯୋଗ ଦର୍ଶାଇଥିବା ବେଳେ ଅପରପକ୍ଷରୁ ରମେଶ ନାହକର ସ୍ତ୍ରୀ କସ୍ତୁରୀ ନାହକ ଓ ବୋହୁ ସିତା ନାହକ ଯୋଗୁଁ ଏହି ଗଣ୍ଡଗୋଳ ହୋଇଥିବା ଅଭିଯୋଗ ରହିଛି । ଏହି ଗଣ୍ଡଗୋଳରେ ରମେଶ ନାହକର ପୁଅ ଟୁକୁନା ନାହକ ଓ ବୋହୁ ସୁଦଷ୍ଣା ନାହକ ଦୁଇ ଜଣ ଗୁରୁତର ହୋଇ ଆସିକା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆସିକା ପୋଲିସ ୪ଜଣ ରୋହିତ ନାହକ,ରବି ନାହକ,ତ୍ରିନାଥ ନାହକ ଏବଂ ମୁନା ନାହକଙ୍କୁ ଗିରଫ କରି କୋର୍ଟ ପଠାଇଥିବା ଜଣାଯାଇଛି ।
ପ୍ରକାଶ ଥାଉକି ନୂତନ ବର୍ଷ ଅବସରରେ ସମସ୍ତେ ଆନନ୍ଦ ଉଲ୍ଲାସ ମନାଉଥିବା ବେଳେ ସାପୁଆ ଗ୍ରାମରେ ମଧ୍ୟ ଯୁବ ଗୋଷ୍ଠି ମାନଙ୍କ ମଧ୍ୟରେ ମଜାମୈାଜ ଚାଲିଥିଲା । ଏତିକି ବେଳେ ସାପୁଆପଲ୍ଲୀ ଗ୍ରାମରେ ରମେଶ ନାହକର ଚାରି ଜଣ ଭଣଜା ରବି ନାହକ,ମୁନା ନାହକ,ତ୍ରିନାଥ ନାହକ ଏବଂ ରୋହିତ ନାହକ ମଦ୍ୟ ଅବସ୍ଥାରେ ଜୁଆ ଖେଳୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ କରୁଥିଲେ । ସେତେବେଳେ ରମେଶ ନାହକ ସେମାନଙ୍କୁ କାହିଁକି ପାଟିତୁଣ୍ଡ କରୁଛ ବୋଲି ତାଗିଦ କରିଥିଲେ । ପୂର୍ବରୁ ଶତ୍ରୁତା ଥିବା ଯୋଗୁଁ ଏହି ଚାରି ଜଣ ଯୁବକ ରାଗି ଯାଇ ଏଥିରେ ଉତକ୍ଷିପ୍ତ ହେବା ସହିତ ରମେଶକୁ ଆକ୍ରମଣ କରିଥିଲେ । ତ୍ରିନାଥ ନାୟକ ଏକ କାତି ଧରି ଆକ୍ରମଣ କରିଥିବା ବେଳେ ରୋହିତ ଏକ ଶକ୍ତ ଠେଙ୍ଗାରେ ରମେଶକୁ ପ୍ରହାର କରିଥିଲେ । ରମେଶର ମୁଣ୍ଡ ଫାଟି ପ୍ରଚୁର ରକ୍ତ ଶ୍ରାବ ହୋଇ ସଂଜ୍ଞାହୀନ ହୋଇ ପଡିଯାଇଥିବା ବେଳେ ରମେଶର ପୁଅ ଟୁକୁନା ନାହକ ଓ ବୋହୁ ସୁଦଷ୍ଣା ନାହକ ଖବର ପାଇ ଦୈାଡି ଆସିଥିଲେ । ଘଟଣା ସ୍ଥଳରେ ସେମାନଙ୍କୁ ମଧ୍ୟ ଠେଙ୍ଗାରେ ଆକ୍ରମଣ କରି ମୁଣ୍ଡ ଫଟାଇ ଥିଲେ ବୋଲି ରମେଶ ନାହକ ଥାନାରେ ଲିଖିତ ଅଭିଯୋଗରେ ଦର୍ଶାଇ ଥିବା ଜଣାଯାଇଛି ।
ସେପଟେ ଅପରପକ୍ଷରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗରେ ରମେଶ ନାହକର ସ୍ତ୍ରୀ କସ୍ତୁରୀ ନାହକ ଏବଂ ବୋହୁ ସୀତା ନାହକ ଉଭୟ ଗ୍ରାମର ଦାଣ୍ଡରେ ଝଗଡା କରୁଥିଲେ । କାହିଁକି ଝଗଡା କରୁଛ ବୋଲି ବୁଝାଇବାରୁ ରମେଶ ନାହକ ସମେତ ତାର ଦୁଇ ପୁଆ ଅଲେଖ ନାହକ ଓ ଟୁକୁନା ନାହକ ତାଙ୍କ ଉପରେ ଆକ୍ରମଣ କରିଥିବା ତ୍ରିନାଥ ନାହକ ଥାନାରେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଏହା ସହିତ ଅତିତରେ ରମେଶ ନାହକ ବାହୁବଳ ଦେଖାଇ ନିଜ ଭଣଜା ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦର୍ଶାଇଛନ୍ତି । ରମେଶ ନାହକଙ୍କ ଲିଖୀତ ଅଭିଯୋଗ ଅନୁଯାୟୀ ଆସିକା ଥାନା କେସ ନମ୍ବର-୧/୨୦ , ଦଫା ୨୯୪,୩୪୧,୩୨୪,୩୨୩,୩୦୭,୫୦୬,୩୪ ଆଇପିସିରେ ମାମଲା ରୁଜୁ କରାଯାଇ ତ୍ରିନାଥ ନାହକ,ରୋହିତ ନାହକ,ରବି ନାହକ,ମୁନା ନାହକଙ୍କୁ କୋର୍ଟ ପଠା ଯାଇଥିବା ଜଣାଯାଇଛି । ସେହିଭଳି ତ୍ରିନାଥ ନାହକଙ୍କ ଅଭିଯୋଗ ଅନୁଯାୟୀ ଥାନା କେସ ନମ୍ବର-୨/୨୦, ଦଫା ୩୪୧,୨୯୪,୩୨୩,୩୨୫,୫୦୬,୩୪ ଆଇପିସି ମାମଲା ରୁଜୁ ହୋଇ ରମେଶ ନାହକ,ଟୁକୁନା ନାହକ,ଅଲେଖ ନାହକଙ୍କୁ ଗିରଫ କରାଯାଇ କୋର୍ଟ ପଠାଇଯାଇଥିବା ଜଣାଯାଇଥିବା ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।



