ନନ୍ଦାହାଣ୍ଡିରେ ଭାଙ୍ଗିଲା ୬ ଟି ଘର ।

48

ନନ୍ଦାହାଣ୍ଡି, , ୦୮/୦୮/୨୨ ( ଜିଲ୍ଲା ଖବର ) : ଲଘୁଚାପଜନିତ ଲଗାଣ ବର୍ଷାରେ ନନ୍ଦାହାଣ୍ଡି ବ୍ଳକ୍‌ରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି ପଡାଲଗୁଡା ସଦର ପଞ୍ଚାୟତରେ ୨ ଓ ଧଣ୍ଡରା ପଞ୍ଚାୟତ ଖଡିଆଗୁଡାରେ ଗଛ ପଡି ୨ଟି ମେଣ୍ଟ୍ରି ଠାରେ ଦୁଇଟି ଘର ଭାଙ୍ଗିଯାଇଛି । ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି l ପଡାଲଗୁଡା ର ବିଧବା ପୂଣ୍ଠି ଭତ୍ରା(୭୦) ଓ ମଞ୍ଜୁରୀ ନାଗ(୫୨), ମେଣ୍ଟ୍ରି ର ବେଲାଲ ସେନ ସାହୁ (31) ଅନନ୍ତ ସାହୁ (28) ଖଡିଆଗୁଡାର ଡମୁଣୀ ଭତ୍ରା(୬୫) ଓ ଦେବେନ୍ଦ୍ର ଭତ୍ରା(୩୦) ।ଖଡିଆଗୁଡାରେ ଦମକଳ ବାହିନୀ ପହଞ୍ଚି ଗଛ କାଟି ସଫା କରିବା କାମରେ ଲାଗି ପଡିଛନ୍ତି । ସଫେଇ ପରେ ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯିବ ବୋଲି ରାଜସ୍ବ ଅଧିକାରୀ ସୂଚନା ଦେଇଛନ୍ତି।


ଶନିବାର ରାତିରୁ ଆରମ୍ଭ ହୋଇଛି ବର୍ଷା | ପୂର୍ତି ତାଙ୍କ ଦୁଇ ଝିଅ ଓ ତିନି ନାତୁଣୀଙ୍କ ସହ ଝିଙ୍କର ଘରେ ରହି ଆସୁଥିଲେ । ଆଜି ଘର କାନ୍ଥ ହଠାତ୍ ଭୁଶୁଡିପଡିଥିଲା। ଅପରାହ୍ନରେ ମଞ୍ଜୁରୀଙ୍କ ଘରର କାନ୍ଥବି ଭୁଶୁଡି ପଡିଥିଲା। ମଞ୍ଜୁରୀତାଙ୍କ ଦୁଇ ପୁଅ, ଗୋଟିଏ ଝିଅ ଓ ନାତୁଣୀ ସହ ରହୁଥିଲେ ।

ସେହିପରି ଧଣ୍ଡରା ପଞ୍ଚାୟତ ଖଡି ଆଗୁ ଡାରେ ଏକ ବଡ ତେନ୍ତୁଳିଗଛ ଉପୁଡି ପଡିବାରୁ ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବା ସହ ଡମୁଣୀ ଓ
ଦେବେନ୍ଦ୍ରଙ୍କ ଘର ଉପରେପଡ଼ିଯାଇଥିଲା। ଏହି ସମୟରେ ଘରେ କେହି ନଥିବାରୁ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।ଏ ସମ୍ପର୍କରେ ଗାଁ ଲୋକେ ତହସିଲଦାରଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ତହସିଲଦାର ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳ କର୍ମଚାରୀ ଗାଁରେ ପହଞ୍ଚି ଗଛ କାଟି ସଫା କରିବା କାମରେ ନିୟୋଜିତ ହୋଇଛନ୍ତି ।

ଖବର ଲେଖାହେବା ଅର୍ଥାତ୍ ରାତି ସାଢେ ୮ଟା ପର୍ଯ୍ୟନ୍ତ ସଫେଇ କାମ ଜାରି ରହିଥିଲା। କ୍ଷୟକ୍ଷତି ରିପୋର୍ଟ ପଠାଯିବା ପରେ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ପରିବାରକୁ ସହାୟତାଯୋଗାଇ ଦିଆଯିବ ବୋଲି ରାଜସ୍ବ ଅଧିକାରୀ କହିଛନ୍ତି ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର।