
ଭଵିନୀପାଟଣା (ଜିଲ୍ଲା ଖବର) : କଳାହାଣ୍ଡି ସଦର ମହକୁମାଠାରେ ମାଁ ମାଣୀକେ ଶ୍ବରୀଙ୍କ ମନ୍ଦିର ବେଢା ପାର୍ଶ୍ବରେ ଅବସ୍ଥିତ ରାଜମହଲ ଠାରେ ମହା ରାଜା ଉଦିତ୍ ପ୍ରତାପ ଦେବ ସ୍କୁଲ ଅଫ୍ ଆର୍ଟର ସମସ୍ତ ଶିକ୍ଷାର୍ଥୀ ସହ ଅଭିଭାବକ ଓ ଶିକ୍ଷକ
ଶ୍ରୀ ଖୀରସିନ୍ଦୁର ଭୋଇ, ଶ୍ରୀ ମାନଶ୍ୱରଂଜନ , ଶିକ୍ଷୟତ୍ରୀଙ୍କ ଶ୍ରୀମତୀ ଭାରତୀ ସାହୁ ଉପସ୍ଥିତିରେ ଏକ ଝୋଟି ଓ ପୋଷ୍ଟର ଲିଖନ କରାଯିବା ସହ ଇଂରାଜୀ ନବବର୍ଷ ଅବସରରେ ସମାରୋହ ଅନୁଷ୍ଠିତ ହୋଇଥିଲା । ଭବାନୀ ପାଟଣା ସହର ଇଂରେଜ ଶାସନ ପୂର୍ବରୁ କରୋଣ୍ଡ ଷ୍ଟେଟର ରାଜଧାନୀ ଥିଲା । ଏହି ନାଗବଂଶୀ ପରିବାରର ଏସମୟରେ ଥିବା ମହାରାଣୀ ପଦ୍ମା ମଞ୍ଜରୀ ଦେଓ ନବବର୍ଷ ଅବସରରେ କେକ୍ କାଟି ସମସ୍ତ କଳାହାଣ୍ଡି ତଥା ଓଡିଶା ଓ ସମଗ୍ର ଭାରତବାସୀଙ୍କର ଶୁଭ କାମନା କରିଥିଲେ । ସ୍ବର୍ଗତ ମହାରାଜା ଉଦିତ୍ ପ୍ରତାପ ଦେବ ଜଣେ କଳାପ୍ରେମୀ ଥିଲେ ଏଣୁ ତାଙ୍କ ନାମରେ ଏହି ଚିତ୍ରକଳା ବିଦ୍ୟାଳୟଟି ଭବାନୀପାଟଣାଠାରେ ଆରମ୍ଭ ହୋଇଥିବାରୁ ଏହା ସମସ୍ତ କଳା ହାଣ୍ଡିବାସୀଙ୍କ ପାଇଁ ଏକ ଗୌରବର ବିଷୟ ।
ରିପୋର୍ଟ – ଜଗନ୍ନାଥ ନାଏକ”




