Home ଅପରାଧ ବାଇକ୍ ଦୁର୍ଘଟଣା ରେ ୬ ଆହତ , ବାଇକ୍ ଚାଳକ ପାଖରୁ ଗଞ୍ଜେଇ ଥିବା ବ୍ୟାଗ...

ବାଇକ୍ ଦୁର୍ଘଟଣା ରେ ୬ ଆହତ , ବାଇକ୍ ଚାଳକ ପାଖରୁ ଗଞ୍ଜେଇ ଥିବା ବ୍ୟାଗ ଜବତ, ଥାନା ରେ ଦୁଇ ଅଟକ ।

59

ସୋରଡା , ୦୭/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସୁରମଣୀ ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ଘଟି ୬ ଆହତ l ଚିକିତ୍ସା ନିମନ୍ତେ ସୋରଡ଼ା ମେଡିକାଲ ରେ ଭର୍ତି l ସୂଚନା ପ୍ରକାରେ ସୁରମଣୀ ଗ୍ରାମ ର କିଛି ବ୍ୟକ୍ତି ନିକଟରେ ଥିବା ନଦୀ ରୁ ଗାଧେଇ ଫେରୁଥିବା ବେଳେ ରାସ୍ତା ଉପରେ ଦ୍ରୁତ ଗତି ରେ ଏକ ବାଇକ ସହ ଧକ୍କା ହୋଇଥିଲା l

ଫଳ ରେ ୪ଜଣ ଗ୍ରାମ ବାସି ଗୁରୁତ୍ତର ହୋଇଥିବା ବେଳେ ବାଇକ ରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ସୋରଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଆହତ ଙ୍କୁ ସୋରଡ଼ା ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି l

ଆହତ ଦୁଇ ଜଣ ମହିଳା ଙ୍କ ଅବସ୍ଥା ଗୁରୁତର ଥିବା ରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ବାଇକ୍ ଚାଳକଙ୍କ ପାଖରୁ ଗଞ୍ଜେଇ ଭର୍ତି ଥିବା ଏକ ବ୍ୟାଗ୍ ସୋରଡା ପୋଲିସ୍ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ଘଟଣାର ଅଧିକା ତଦନ୍ତ କରୁଛି l