ଆସିକା,୦୨/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ନିମିନ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଠାରେ ଦ୍ୱାଦଶ ଦିବସୀୟ ମହିଳା ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟଙ୍କ ପୈାରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ଆପଟ ତାଙ୍କ ବକ୍ତବ୍ୟରେ ବର୍ତମାନ ଯୁଗରେ ଆତ୍ମ ସୁରକ୍ଷା ତାଲିମ କିପରି ନାରୀ ମାନଙ୍କ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି ଏବଂ ନାରୀ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ଏହି ପଦକ୍ଷେପ ଖୁବ ପ୍ରଶଂସନୀୟ ବୋଲି କହିଥିଲେ । ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ପାତ୍ର ଇତିହାସ ପୁରାଣରେ କିପରୀ ନାରୀକୁ ଉଚ୍ଚ ସ୍ଥାନ ଦିଆଯାଇଛି ଏବଂ ନାରୀ ସୁରକ୍ଷା ଓ ଶିକ୍ଷା କିପରି ଦେଶ ଓ ଜାତିର ପ୍ରଗତିର କାରଣ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।
ସଂଯୋଜିକା ଶୁଭଶ୍ରୀ ସାହୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଏନ.ବି.ସି ମହାବିଦ୍ୟାଳୟର କୁଶଳୀ ପ୍ରଶୀକ୍ଷିକା ସୁଶ୍ରୀ ବନିତା ସାହୁ, ସୋନାଲି ଗୈାଡ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । କଲେଜର ଶୈକ୍ଷିକ ଅଧିକାରୀ ଡଃ.ଆଶୁତୋଷ ସାହୁ,ଡଃ. ସୁରେନ୍ଦ୍ର ନାଥ ସାବତଙ୍କ ସମେତ ଅଧ୍ୟାପକ ଅଜିତ କୁମାର ମହାପାତ୍ର,ଅଜିତ ପଟ୍ଟନାୟକ,ଅଧ୍ୟାପିକା ରାଜେଶ୍ୱରୀ ରଥ, ଅର୍ପିତା ପ୍ରିୟଦର୍ଶନୀ, ସୁଚିଶ୍ମିତା ପଟ୍ଟନାୟକ,ସୁଜ୍ଞାନୀ ପ୍ରଧାନ, ସ୍ୱପ୍ନାରାଣି ପଟ୍ଟନାୟକ, ଶ୍ରିଦ୍ଧି ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କ ଦ୍ୱାରା ନମୁନା ପ୍ରଦର୍ଶନ କରାଯାଇଥିଲା । ଶେଷରେ ସଂଯୋଜିକା ଶୁଭଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



