Saturday, November 14, 2026
Home ଆଞ୍ଚଳିକ ଛାତ୍ର ବିଜେଡି ପକ୍ଷରୁ ବୃକ୍ଷ ରୋପଣ ।

ଛାତ୍ର ବିଜେଡି ପକ୍ଷରୁ ବୃକ୍ଷ ରୋପଣ ।

129

ଶେରଗଡ଼, ୦୭/୦୮/୨୨ ( ଜିଲ୍ଲା ଖବର ) : ଗଂଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ୍ ଛାତ୍ର ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କରାଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତନିଧି ଶରତଚନ୍ଦ୍ର ମହାପାତ୍ର ପ୍ରକାଶ କରିଥିଲେ ଯେ , ବୃକ୍ଷ ହିଁ ଜୀବନ ବୃକ୍ଷ ବିନା ବଞ୍ଚିବା ଅଶମ୍ଭବ ତେଣୁ ସମସ୍ତେ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟନାୟକ ଓ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଆଜିର ସମାଜ କୁ ଧ୍ଵଂସ ମୁଖରୁ ବଞ୍ଚାଇବା ପାଇଁ ବୃକ୍ଷ ରୋପଣ କରିବା ନିହାତି ଜରୁରୀ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦିଗାମ୍ବର ନାହାକ, ହୀନ ବେହେରା, ପ୍ରମୋଦ କୁମାର ପାତ୍ର, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଦିବାକର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଙ୍କ ସମେତ ଯୁବ ଓ ଛାତ୍ର ବିଜେଡି ର କର୍ମୀ ମାନେ ଉପସ୍ଥିତ ଥିଲେ।


ଗଂଜାମ ଜିଲ୍ଲା ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ