
ଆସିକା,୦୨/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ମେଡିକାଲରେ ଟିକ କରଣ ବିଭାଗ ଖୋଲିବାର ବିଳମ୍ବ । ବହୁ ଗର୍ଭବତୀ ମହିଳା ଓ ନବଜାତ ଶିଶୁ ନିୟମିତ ନେଉଥିବା ଟିକା ଦେବାରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଦିର୍ଘ ୨୦ ବର୍ଷରୁ ଉର୍ଦ୍ଧ ମହିଳା ଏଏନଏମ ଜଣକ ଏଠାରେ କାର୍ଯ୍ୟ କରି ଆସୁଛନ୍ତି । ସେ ବ୍ରହ୍ମପୁରରୁ ବହୁ ବିଳମ୍ବରେ ଆସୁଥିବା ଯୋଗୁଁ ଏହି ସମସ୍ୟା ହେଉଛି । ଏହି ସମସ୍ୟା ପାଇଁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ, ରୋଗୀ କଲ୍ୟାଣ ସମିତି,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବହୁବାର ଅଭିଯୋଗ ହେଲେ ମଧ୍ୟ କୈାଣସି ପଦକ୍ଷେପ ନେଉନାହାନ୍ତି । ମହିଳା ଏଏନଏମ ଜଣକ ଦିର୍ଘ ବର୍ଷ ମେଡିକାଲରେ ରହି ଖୁବ ମନମାନୀ କରୁଥିବା ଜଣାଯାଇଛି ।

ସେ ଜଣେ ମହିଳା କର୍ମଚାରୀ ଯୋଗୁଁ ତାଙ୍କ ବିରୁଦ୍ଧରେ କୈାଣସି ଅଧିକାରୀ ପାଟି ଖୋଲିବାରେ ଭୟଭୀତ ହେଉଛନ୍ତି । ମହିଳା ଏଏନଏମ ଜଣକ ବିରୁଦ୍ଧରେ କିଏ ଅଭିଯୋଗ କରିଲେ ଖୁବ କଥା କଟା କଟି ସହ ର୍ଦୁବ୍ୟବହାର କରୁଥିବା ଜଣାଯାଇଛି । ଆସିକା ସବଡିଭିଜନ ମେଡିକାଲ ଠାରେ ଟି-୫ର କୈାଣସି ପ୍ରଭାବ ପଡୁନାହିଁ । ବହୁ ଟିକା ଦେବାକୁ ଆସୁଥିବା ମହିଳା,ଶିଶୁ ଫେରିଯାଉଥିବା ଅଭିଯୋଗ ହେଉଛି ।
.jpg)
ଏହି ସଂକ୍ରାନ୍ତରେ ମେଡିକାଲ ଅଧିକାରୀଙ୍କୁ ପଚାରିବା ପରେ ସେ ବ୍ରହ୍ମପୁର ଆସୁଥିବା ଯୋଗୁଁ ବିଳମ୍ବ ହେଉଛି ବୋଲି ଦାୟିତ୍ୱ ହୀନତା ଢଙ୍ଗରେ ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି ଏଏନଏମଙ୍କ ବିରୁଦ୍ଧରେ ବାରମ୍ଭାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କୈାଣସି ପଦକ୍ଷେପ ନେଉ ନଥିବା ଯୋଗୁଁ ଏଏନଏମ ଜଣକ ବେପାରୁଆ ଢଙ୍ଗରେ ଟିକା ବିଭାଗକୁ ନିଜ ଇଚ୍ଚାମୁତାବକ ଖୋଲୁଛନ୍ତି ।



