Thursday, November 12, 2026
Home ଆଞ୍ଚଳିକ ପୁଅ ପାଇଁ ବାପାର ପରିଚୟ ନେଇ କି ଯିବି: ସ୍ବାମୀ ଘର ଆଗରେ ଅବିବାହିତ ମା’ର...

ପୁଅ ପାଇଁ ବାପାର ପରିଚୟ ନେଇ କି ଯିବି: ସ୍ବାମୀ ଘର ଆଗରେ ଅବିବାହିତ ମା’ର ଧାରଣା ।

100

ବ୍ରହ୍ମପୁର , ୦୭/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଘଟିଛି ପୁଣି ଏକ ଅଭାବନୀୟ ଘଟଣା । ବର୍ତ୍ତମାନ ଚାଲିଥିବା ନୂଆ ଟ୍ରେଣ୍ଡ ‘ଲବ୍, ସେକ୍ସ୍ ଓ ଧୋକା’କୁ ନେଇ ଚାଲିଛି ଏକ ପ୍ରକାର ଅଭାବନୀୟ ପରିସ୍ଥିତି । ଯାହା ସିନେମା ଓ ଧାରାବାହିକରେ ଦେଖିବାକୁ ମିଳୁଥିଲା ତାହା ଏବେ ସିଧାସଳଖ ବିଭିନ୍ନ ଜାଗାରେ ଦେଖିବାକୁ ମିଳୁଛି ।ପ୍ରଥମେ ଜଣେ ଡାକ୍ତର ଓ ତାଙ୍କ ବାନ୍ଧବୀ ତପସ୍ଵିନୀଙ୍କ ମଧ୍ୟରେ ଏହି ଭଳି ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ, ପରେ ସେହିଭଳି ବ୍ରହ୍ମପୁର ସହରରେ ଦୁଇ ଭଉଣୀଙ୍କ ମଧ୍ୟରେ ଦେଖା ଯାଇଥିଲା ।

ସେହିପରି ବର୍ତ୍ତମାନ ସ୍ଥାନୀୟ ବଡ଼ ବଜାର ଅଞ୍ଚଳର ଦେଶିବେହେରା ସାହିରେ ଏହିଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ୨୦୨୦ ମସିହାରେ ଏକ ପ୍ରେମ ସମ୍ପର୍କରେ ଜଡ଼ିତ ହୋଇଥିବା ଦୁଇ ଜଣ ଦମ୍ପତିଙ୍କ ମଧ୍ୟରେ ଏବେ ଏକ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଆଜି ଛଅ ଦିନ ଜଣେ ଅବିବାହିତ ମହିଳା କେ.ଦେବିକା ନିଜ ଅଠର ମାସର ଶିଶୁକୁ ନେଇ ନିଜ ସ୍ଵାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ଯାହା ଦୀର୍ଘ ଦୁଇ ବର୍ଷ ଧରି ଚାଲୁ ରହିଥିବା ବେଳେ, ଗତ ୨୦୨୧ ମସିହାରେ ତାଙ୍କ ମଧ୍ୟରେ ଏକ ପ୍ରକାର ସମସ୍ୟାର ଉତ୍ପନ୍ନ ହୋଇଥଲା ।ଯାହାକୁ ନେଇ ଦୁଇଙ୍କ ମଧ୍ୟରେ ମତ ଭେଦ ହୋଇଥିବା ସେ କହିଛନ୍ତି। ହେଲେ ଉକ୍ତ ବର୍ଷର ସମ୍ପର୍କରେ ଦୁଇଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବା ବେଳେ ତାଙ୍କ ଠାରୁ ଏକ ପୁତ୍ର ସନ୍ତାନର ଜନ୍ମ ହୋଇଛି ଯାହାର ପିତା ଦିନେଶ ବୋଲି ଦେଵିକା କହିଛନ୍ତି ।

ଏନେଇ ଉକ୍ତ ପ୍ରସଙ୍ଗକୁ ସ୍ବାମୀ ଓ ତାଙ୍କ ପରିବାର ବର୍ଗ ଏହି ସମ୍ପର୍କ ସହ ଉକ୍ତ ଶିଶୁଙ୍କୁ ଗ୍ରହଣ କରିବା ପାଇଁ ବାରଣ କରିଛନ୍ତି । ଏହାସହ ନିଜ ପୁଅକୁ ଅନ୍ୟ ଏକ ଝିଅ ସହ ବାହାଘର କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଯାହାର ଖବର ପାଇ ଦେବୀକା ନିଜ ସ୍ଵାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇ ନିଜ ଜନ୍ମିତ ଶିଶୁକୁ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଏହି ପରିପ୍ରକ୍ଷୀରେ ଗତ ୨୦୨୧ ମସିହାରେ ଦେବିକା ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିବା ବେଳେ, ନ୍ୟାୟ ଅପେକ୍ଷାରେ ରହିଥିଲେ ହେଲେ ବର୍ତ୍ତମାନ ଯେତେବେଳେ ସେ ଜାଣିଲେ ଯେ, ତାଙ୍କ ସ୍ବାମୀଙ୍କ ଘର ଲୋକେ ଅର୍ଥାତ୍ ଶାଶୁ, ଶଶୁର ଦିନେଶଙ୍କୁ ଅନ୍ୟ ଏକ ଝିଅ ସହ ବାହାଘର କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି ।

ତେଣୁ, ସେ ଆଜି ଛଅ ଦିନ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଉକ୍ତ ସ୍ଥାନରେ ବଡ଼ ବଜାର ଥାନା ପୋଲିସର କିଛି ପୁରୁଷ ଓ ମହିଳା କର୍ମଚାରୀ ମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ରହିଛନ୍ତି ଏହା କୁ ସମର୍ଥନ କରିବାକୁ କାଲି ପହଞ୍ଚି ଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।