
ଭଞ୍ଜନଗର, ୦୭/୦୮/୨୨ ( ଜିଲ୍ଲା ଖବର ) : ବୁର୍ଲା ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଫିଲ୍ମ ଷ୍ଟାଇଲରେ ଜଣେ ଯୁବଙ୍କ ଠାରୁ ଲୁଟ ହୋଇଥିବା ଦେଖିବାକୁ ମିଳିଛି।ଯୁବକ ଜଣଙ୍କ ଭଞ୍ଜନଗରରୁ ହାଇଟେକ ନାମକ ଏକ ଘରୋଇ ବସ ରେ କୋୖଣସି କାର୍ଯ୍ୟରେ ସମ୍ବଲପୁର ଆସିଥିଲେ। ଜୁବକ କୁ କେହି ଅଜଣା ବ୍ୟକ୍ତି ନିଶା ଖୁଆଇ ତାଙ୍କ ଠାରୁ ସର୍ବସ୍ୱ ଲୁଟ କରିଥିବା ଯୁବକ ଜଣଙ୍କ ପ୍ରକାଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାହାର ନିଜ ନାଁ କୁ ମଧ୍ୟ ଠିକ ଭାବେ କହିପାରୁନାହିଁ।

ବୁର୍ଲା ର ଜଣାଶୁଣା ସାମ୍ବାଦିକ ତଥା ସମାଜସେବୀ ସୌମେନ୍ଦ୍ର ଶୁକ୍ଳା ଯୁବଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହାୟତା ରେ ଉଦ୍ଧାର କରି ବୁର୍ଲା ପୋଲିସକୁ ଖବର ଦେଇଥିଲେ।

ପରେ ଯୁବକ ଜଣଙ୍କ ଆସିଥିବା ବସରେ ଖୋଜାଖୋଜି କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ପରେ ଖୋଜାଖୋଜି କରିବା ପରେ ଯୁବକର ମୋବାଇଲ ଟିକୁ ଉଦ୍ଧାର କରିଥିଲେ। କିଛିସମୟ ର ପରିଶ୍ରମ ପରେ ଯୁବକର ପରିଚୟ ମିଳିପାରିଥିଲା। ଯୁବକ ଜଣଙ୍କ ହେଲେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ବିକାଶ ସ୍ୱାଇଁ।

ତେବେ ଯୁବକ ବିକାଶ ସ୍ୱାଇଁ କେଉଁ କାର୍ଯ୍ୟ ପାଇଁ ସମ୍ବଲପୁର ଆସିଥିଲେ ଓ କେଉଁ ଅବସ୍ଥାରେ ବୁର୍ଲାର ପହଁଚିଲେ ତାହା ଜଣାପଡିନାହିଁ। ବୁର୍ଲା ପୋଲିସ କୁ ଖବର ଦେବା ପରେ ବୁର୍ଲା ପୋଲିସ ବୁର୍ଲା ବସଷ୍ଟାଣ୍ଡ କୁ ଆସି ନିଶାସକ୍ତ ବିକାଶ କୁ ଉଦ୍ଧାର କରି ଭୀମସାର କୁ ନେଇ ଚିକିତ୍ସା କରୁଛି। ତେବେ ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।
ବରଗଡ ରୁ କୁନୁ ସ୍ୱାଇଁ ରିପୋର୍ଟ ଜିଲ୍ଲା ଖବର ।



