
ରାୟଗଡ଼ା , ୦୭/୦୮/୨୨ (ଜିଲ୍ଲା ଖବର) : ସ୍ବସ୍ଛତାପଖୱଡା ତଥା ଯୁବା ଶକ୍ତି ବିକାଶ ସମ୍ପର୍କିତ ଅଭିଯାନ ନେହରୁ ଯୁବା କେନ୍ଦ୍ର ରାୟଗଡ଼ , ଓଡ଼ିଶା (କ୍ରିଡ଼ା ଯୁବା ଶକ୍ତି ବିକାଶ ମନ୍ତ୍ରାଳୟ ଭାରତ ସରକାର)କ ସହଯୋଗ କ୍ରମେ ବଜ୍ର କାଳୀ ୟୁଥ୍ କ୍ଳବ୍ ଆନୂକୁଲ୍ୟ ରେ ଦଶ ଦିନିଆ ଅଭିଯାନ କାର୍ଯ୍ୟ କ୍ରମ ବିଷମ କଟକ ଅନ୍ତର୍ଗତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସଭାଗୃହ ରୁ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ଅଗଷ୍ଟ ମାସ ଏକ ତାରିଖ ଠାରୁ ଅଗଷ୍ଟ ପନ୍ଦର ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେବ।

ବିଷମ କଟକ ବ୍ଲକ ର ଉପସଭାପତି ଶ୍ରୀ ଏସ. ଦେବୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରି ବୈଠକ ଟିକୁ ଆରମ୍ଭ କରିଥିଲେ। ନେହରୁ ଯୁବା କେନ୍ଦ୍ର ର ଶ୍ରୀ ରମେଶ ଭୂକିଆ ବୈଠକ ଟିକୁ ପରିଚାଳନା କରିଥିଲେ। ସକାରାତ୍ମକ ଜୀବନ ଯାତ୍ରା ଅବ୍ୟାହତି ରଖି ଆଗକୁ ବଢ଼ିବାରେ ସହଯୋଗ କରିଲେ ସବୋର୍ଚ୍ଚ ପରି ସମସ୍ତଙ୍କ କାର୍ଯ୍ୟ ମଙ୍ଗଳ ହେବ ବୋଲି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ସ୍ଵାଧିନତା ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମ୍ରୁତ୍ ମହୋତ୍ସବ, ଫିଟ୍ ଇଣ୍ଡିଆ, ଶ୍ଵୋଛ ଭାରତ, ଏକ କଦମ୍ ଶ୍ଵୋଛତା କା ଔର କାର୍ଯ୍ୟକ୍ରମ କୁ ଆଗେଇ ନେବାରେ ଏପିଏ ଆଲୋଚନା ରେ ଯୁବକ ମାନଙ୍କୁ ଉଛାହିତ କରିଥିଲେ।

ପିରାମିଡଲ୍ ଫାଉଣ୍ଡେସନ ର ଡିଭିଜନାଲ ମ୍ୟାନେଜର ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ସୁକାନ୍ତ କୁମାର ସେଠୀ ଯୋଗଦେଇଥିଲେ। ଗାଁ ପଂଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ତଥା ଦେଶ ବିଶ୍ଵ ପରି ଆଗକୁ ନେବାକୁ ହେଲେ ଯୁବା ଶକ୍ତି ର ଆବଶ୍ୟକତା କୁ ଆଡେଇ ହେବନାହିଁ ବୋଲି ମତପୋଷଣ କରିଥିଲେ। ଅନୁଷ୍ଠାନର ଭାଇସ୍ ପ୍ରିନ୍ସିପାଲ ଶ୍ରୀ ମହାରଣା ବାବୁ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଦୂରଦର୍ଶି ସମ୍ପନ୍ନା ଅଭିଯାନ କୁ ଭୂୟସୀ ପ୍ରଶଂସା କରିଥିଲେ। ଲକ୍ଷ୍ମୀନାରାୟଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଉମାଶଙ୍କର ସାବତ ପରିଚାଳନା କରିଥିଲେ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


