Home ଆଞ୍ଚଳିକ ମାରଓ୍ବାଡି ସମ୍ମୀଳନୀର ଶପଥ ଗ୍ରହଣ ଉତ୍ସବ ।

ମାରଓ୍ବାଡି ସମ୍ମୀଳନୀର ଶପଥ ଗ୍ରହଣ ଉତ୍ସବ ।

65

ବରଗଡ , ୦୭/୦୮/୨୨ ( ଜିଲ୍ଲା ଖବର ) : ଜିଲ୍ଲା ବରପାଲି ମାରଓ୍ବାଡି ଧର୍ମଶାଳା ଠାରେ ଉତ୍କଳ ପ୍ରାନ୍ତିୟ ମାରଓ୍ବାଡି ସମ୍ମେଳନର ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ।

ଅନ୍ୟ ଅତିଥି ଭାବେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଦିନେଶ କୁମାର ଗହିର ଯୋଗଦେଇ ଥିଲେ।

ସଭାକୁ ସମ୍ମେଳନର ସଭାପତି ଅନୀଲ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ସୁରେଶ ଅଗ୍ରୱାଲା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ମାରଓ୍ବାଡି ସମ୍ମେଳନର ପ୍ରାନ୍ତିୟ ଅଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ଉପାଧ୍ୟକ୍ଷ ଦୀନେଶ ଅଗ୍ରୱାଲ, ମଣ୍ଡଳ ଉପାଧ୍ୟକ୍ଷ କିଶନ ଲାଲ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ନବ ନିର୍ବାଚିତ ସଭାପତି ପ୍ରଦୀପ ଅଗ୍ରୱାଲ, ସମ୍ପାଦକ ଚନ୍ଦନ ଅଗ୍ରୱାଲ, କୋଷାଧ୍ୟକ୍ଷ ସୁନୀଲ ଅଗ୍ରୱାଲ ଓ ମହିଳା ଶାଖାର ନିର୍ବାଚିତ ସଦସ୍ୟା ମାନେ ଶପଥ ପାଠ କରିଥିଲେ।


ବରଗଡ ରୁ କୁନୁ ସ୍ୱାଇଁ ଙ୍କ ରିପୋର୍ଟ ଜିଲ୍ଲା ଖବର ।