Thursday, November 12, 2026
Home ଆଞ୍ଚଳିକ ପାଣ୍ଡିଆ ପଥର ଗ୍ରାମରେ ଯୈାତୁକ ଜନିତ ବଧୁ ହତ୍ୟା ଅଭିଯୋଗ, ସ୍ୱାମୀ ଥାନାରେ ଅଟକ

ପାଣ୍ଡିଆ ପଥର ଗ୍ରାମରେ ଯୈାତୁକ ଜନିତ ବଧୁ ହତ୍ୟା ଅଭିଯୋଗ, ସ୍ୱାମୀ ଥାନାରେ ଅଟକ

37

ଆସିକା,୬/୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୋଡକ ଗ୍ରାମର ସ୍ୱର୍ଗତ ଗାନ୍ଧି ବେହେରାଙ୍କ ଝିଅ ପ୍ରତିମା ବେହେରାକୁ ପାଣ୍ଡିଆପଥର ଗ୍ରାମର କନ୍ଧ ବେହେରାଙ୍କ ସାନ ପୁଅ ନରେଶ ବେହେରା ଯୈାତୁକ ଦାବୀ ନେଇ ହତ୍ୟା କରିଥିବା ଆସିକା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଲିଖିତ ଅଭିଯୋଗ ପରେ ଆସିକା ପୋଲିସ ପାଣ୍ଡିଆ ପଥର ଗ୍ରାମର ନରେଶ କୁମାର ବେହେରାକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି । ଆସିକା ଏହି ହତ୍ୟା ଘଟଣାର ତଦନ୍ତ ଭାର ଆରମ୍ଭ କରି ସ୍ଥାନୀୟ ଏଗଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ପ୍ରତିମା ବେହେରାଙ୍କ ଶବ ଜବତ କରି ଆସିକା ସବଡିଭିଜନ ମେଡିକାଲକୁ ଶବ ବ୍ୟବଚ୍ଚେଦ ପାଇଁ ପଠାଇଥିଲେ ।

ଶବ ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ସ୍ତାନାନ୍ତରିତ କରିଥିବା ଜଣାଯାଇଛି ।ଏହି ଘଟଣା ବିରୁଦ୍ଧରେ ଆସିକା ଥାନାରେ ସ୍ୱାମୀ ନରେଶ କୁମାର ବେହେରାଙ୍କ ନାମରେ ଯୌତୁକ ଜନିତ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଆସିକା ଥାନା କେସ ନମ୍ବର-୪୭୨/୨୨,ଦଫା ୪୯୮-ଏ/୩୦୨/୩୦୪ ବି ଆଇପିସି/୪ ଡି.ପି ଆକ୍ଟରେ ମାମଲା ରୁୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୁଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ପାଣ୍ଡିଆପଥର ଗ୍ରାମର କନ୍ଧ ବେହେରାର ସାନ ପୁଅ ନରେଶ ବେହେରାକୁ ହିନ୍ଦୁ ନିତୀରେ ସୋଡକ ଗ୍ରାମର ସ୍ୱର୍ଗତ ଗାନ୍ଧି ବେହେରାଙ୍କ ଝିଅ ପ୍ରତିମା ବେହେରା (୨୩) ସହିତ ୨୦୧୬ ଏପ୍ରିଲ ମାସରେ ସାମାଜିକ ରିତିନୀତି ଅନୁସାରେ ବାହାଘର ହୋଇଥିଲା । ବିବାହ ସମୟରେ ବରପକ୍ଷରୁ ଦାବୀ ମୁତାବକ ଯୈାତୁକ ବାବଦକୁ ଜାବତୀୟ ଘରକରଣ ଜିନିଷ ସାଙ୍ଗକୁ ନଗଦ ୫୦ ହଜାର ଟଙ୍କା,ଖଟ,ପେଢି,ବାସନ ସହିତ ସୁନା ଅଳଙ୍କାର ପ୍ରମୁଖ ଯୌତୁକ ଦିଆଯାଇଥିଲା । ତାଙ୍କ ଔରଷରୁ ଗୋଟିଏ ଝିଅ ଶାନ୍ତିଲତା ବେହେରା ୫ ବର୍ଷ ଏବଂ ଗୋଟିଏ ପୁଅ ସନ୍ତାନ ରହିଛି ।

ବିବାହର କିଛି ମାସ ପରେ ଜ୍ୱାଇଁ ନରେଶ କୁମାର ବେହେରା ଆହୁରୀ ଅଧିକ ଯୈାତୁକ ପାଇଁ ପ୍ରତିମା ବେହେରାକୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନ ଦେଉଥିଲା । ଏକଥା ପ୍ରତିମା ଫୋନ ଯୋଗେ ସବୁବେଳେ କହୁଥିଲା । ସବୁବେଲେ ମଦ୍ୟପାନ କରି ମାଡ ମାରିବା ସହିତ ଜ୍ୱାଇଁ ନରେଶ ବେହେରା ଅଧିକ ଯୈାତୁକ ଆଣିବାକୁ ବାଧ୍ୟ କରୁଥିଲା । ସେ ମନା କରିରିବାରୁ ମାଡ ମାରିବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଗତ ଜୁନ ୨୪/୨୦୨୨ ରେ ନରେଶ କୁମାର ବେହେରା ପ୍ରତିମାର ସାନ ଭାଇ ପାଖକୁ ସୁରତ ଯାଇଥିଲା । ସେଠାରେ ନରେଶ କାମ ନ କରି ଅନ୍ୟସ୍ଥାନର ରହିଲା । ଗତ ୫.୮.୨୦୨୨ ମଧ୍ୟାହ୍ନ ସମୟରେ ନରେଶ ଗାଁକୁ ଫେରିଥିଲା । ଫେରିବା ସମୟ ଠାରୁ ଗାଁରେ ଦିନ ତମାମ ମଦ ପିଇ ପ୍ରତିମା ସହିତ ସହିତ ଝଗଡା କରିଥିଲା । ଏହା ସହିତ ସାହି ପଡିଶା ଲୋକ ମଧ୍ୟ ରାତିସାରା ଝଗଡା କରିବା ଘଟଣାକୁ ପ୍ରତିବାଦ କରିଥିଲେ । ଆଜି ସକାଳେ ଅର୍ଥାତ ୬ ତାରିଖ ସମୟ ୭ଟା ବେଳେ ଜ୍ୱାଇଁ ନରେଶ କୁମାର ବେହେରା ପ୍ରତିମା ମରିଯାଇଛି ବୋଲି ଫୋନ ଯୋଗେ ଜଣାଇଥିଲା । ଗତକାଲି ଝଗଡା କଥା ସମସ୍ତେ ଜାଣିଥିଲେ । ଆଉ ଆଜି ମରିଯାଇଥିବା ବୋଲି କଥା ଆମକୁ ସନ୍ଦେହ କରୁଛି । ଜ୍ୱାଇଁ ନରେଶ କୁମାର ବେହେରା ପ୍ରତିମାକୁ ହତ୍ୟା କରିଥିବା ନେଇ ଆସିକା ଥାନାରେ ଏତାଲାରେ ଦର୍ଶାଯାଇଥିବା ଜଣାଯାଇଛି ।