ମରଣ ରାସ୍ତାରେ ବାଟେଇ ନେବାକୁ ଅପେକ୍ଷା କରି ରହିଛି ରାସ୍ତା ।

40

ନିଶ୍ଚିନ୍ତକୋଇଲି , ୦୬/୦୮/୨୨ ( ଜିଲ୍ଲା ଖବର ) : କଟକ ଜିଲ୍ଲା ନିଶ୍ଚଜିନ୍ତକୋଇଲି ବ୍ଲକ ର ଅସୁରେଶ୍ୱର ଚଢେଇଡିଆଁ ପୋଲାର ଏ ହେଉଛି ନଗ୍ନ ରୂପ | ସତେ ଯେମିତି ମରଣ ପଥ ରେ ପଛୁଟି ନେବାରେ ସାହାଯ୍ୟ କରିବାକୁ ଅପେକ୍ଷା କରି ରହିଛି ଏହି ରାସ୍ତା |

ଅନେକ ଥର ମରାମତି ନାମରେ ଲକ୍ଷାଧିକ ଟଙ୍କା ସରକାରୀ ପାଣ୍ଠି ରୁ ଖର୍ଚ୍ଚ ହେଉଥିବା ବେଳେ ରାସ୍ତା ର ଅବସ୍ଥା ନକହିଲେ ଭଲ | ଲୋକଙ୍କ ଅଭିଯୋଗ ମୁତାବକ ପ୍ରତ୍ୟେକ ଥର ଏଠାରେ କାମ ନିନ୍ମମାନର ହେଉଛି |

ଏଠାରେ ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାର ର ଙ୍କ ମଧୁ ଚନ୍ଦ୍ରିକାରେ ଲୋକେ ହନ୍ତ ସନ୍ତ ହେଉଛନ୍ତି | ଦେଖିବାକୁ ଗଲେ ଏହା କଟିକଟା ଜୟ ପୁର ର ମୁଖ୍ୟ ରାସ୍ତା, ନିକଟରେ ସ୍କୁଲ, କଲେଜ କୁ ମଧ୍ୟ ପିଲାମାନେ ଏହିରାସ୍ତା ରେ ଯାତାୟତ ହୋଇଥାନ୍ତି |

ଯଦି ଏହି ରାସ୍ତା ର ତୁରନ୍ତ ମରାମତି କରା ନ ଯାଏ ତେବେ ଏହି ରାସ୍ତା ଆଗାମୀ ଦିନରେ ଅନେକ ଜୀବନ ନେବାର କଥା କୁ ଏଡାଇ ଦିଆଯାଇନପାରେ |

ବିଶ୍ୱଜିତ ସ୍ୱାଇଁ ଙ୍କ ରିପୋର୍ଟ ଜିଲ୍ଲା ଖବର।