
ଶେରଗଡ଼ , ୦୬/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଳକ୍ ପରିଦର୍ଶନରେ ଆସି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ
ଆଲୋଚନା କରି ବିଭାଗ ଅଧୀନରେ ଚାଲିଥିବା ମେଡିକାଲ, ଜଳସେଚନ ଓ ପାନୀୟଜଳ ଆଦି ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ ।

ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ବ୍ଳକ୍ ର ସବୁକାର୍ଯ୍ୟ ନିର୍ବାହ ପାଇଁ ଆଲୋକପାତ କରିଥିଲେ।


କିଛିଦିନ ପୂର୍ବରୁ ଶେରଗଡ଼ “ମିଡ଼ିଆ ହାଉସ୍” ତରଫରୁ ସ୍ଥାନୀୟ ଡାକ୍ତରଖାନା ଉପରେ ଦିଆଯାଇଥିବା ଦାବୀପତ୍ରକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା।



ନିର୍ମାଣ ହେଉଥିବା ନୂଆଁ building କାର୍ଯ୍ୟର ସମୀକ୍ଷା ଓ ଡାକ୍ତର ଅନୁପାତକୁ ଧ୍ୟାନ ଦେବା ସହିତ ଅତିରିକ୍ତ ଡାକ୍ତର ନିଯୁକ୍ତି ପାଇଁ ଉପଯୁକ୍ତ



ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା। ବୋଲି ଜିଲ୍ଲାପାଳ କହିଛନ୍ତି
ଗଂଜାମ ରୁ ଅଖିଳ କୁମାର ପଟ୍ଟନାୟକ
ଗଂଜାମ ରୁ ଅଖିଳ କୁମାର ପଟ୍ଟନାୟକ


