ହତ୍ୟା ନା ଆତ୍ମହତ୍ୟା ସନ୍ଦେହର ଘେରାରେ ପୋଲିସ ।

75

ରାୟଗଡ଼ା , ୦୬/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଆମ୍ଲଭଟା ଛକ ନିକଟରେ ଥିବା ଏକ ଘରେ ୨୩ ବର୍ଷ ଝିଅ ଆତ୍ମହତ୍ୟା କରି ଥିବା ଯଣାପଡିଛି । ଶ୍ରୀ ନାଗା ଆଚାରୀ ଙ୍କ ଦ୍ଵିତୀୟ ଝିଅ ନାନ୍ସୀ ଆଚାରୀ ବୟସ ୨୩ ବର୍ଷ ଓକିଲାତି ପାଠ ପଢି ସାମାଜିକ ବିଜ୍ଞାନରେ ସ୍ନାତକ ପାଠ ପଢୁଥିଲେ ।

ଆଜି ଦୁଇ ପ୍ରହରରେ ତାଙ୍କ ନିଜସ୍ଵ ବାସ ବଭନ ଉପର ମହଲାରେ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଝିଅ ଏକ ବର୍ଷ ହେଲା ଚାଇଲଡ ଫଣ୍ଡ ଇଣ୍ଡିଆ ଘରେଇ ସଂସ୍ଥା ଫିଲ୍ଡ କୋଅଡିନେଟର ଭାବେ କାମ କରୁଥିଲେ ।

ସୂଚନା ପାଇ ଚାନ୍ଦଲି ଥାନା ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଓ ଉକ୍ତ ଝିଅର ଶବକୁ ସବ

ବ୍ୟବଛେଦ ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠା ଯାଇଛି।‌ ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।