
କବିସୂର୍ଯ୍ୟନଗର , ୦୬/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଓସିଙ୍ଗି ଗ୍ରାମର ନୀଳ ଖଣ୍ଡୁଆଳ ଙ୍କ 30 ବର୍ଷୀୟା ପତ୍ନୀ ମାମାଲି ଖଣ୍ଡୁଆଳ ଙ୍କ ସପକାମୁଡ଼ାରେ ମୃତ୍ୟୁ ହୋଇଛି l ସେ ଚାଷ ଜମିରେ କାମ କରୁଥିବା ବେଳେ ସର୍ପ କାମୁଡ଼ାର ଶିକାର ହୋଇ ତଳେ ଟଳି ପଡିଥିଲେ ।

ପାଖରେ ଥିବା ଲୋକ ଓ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୋଲସରା ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହତ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ଜଣା ପଡ଼ିଛି।



