
ଆସିକା (ଜିଲ୍ଲା ଖବର): ପ୍ରଣବ ଏଜୁକେସନାଲ୍ ସୋସାଇଟି ଆସ୍କା ଅଧିନସ୍ଥ ମମ୍ ସ୍କୁଲ ଅଫ୍ ଏକ୍ସିଲେନ୍ସି ଆନୁକୁଲ୍ୟରେ ବାଲ୍ମିକେଶ୍ୱର ଅନାଥ ଆଶ୍ରମ ଧରାକୋଟରେ ଧ୍ୟାନ ମାଧ୍ୟମରେ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ କେଉଁ ଭଳି ହୋଇପାରେ ତା’ ଉପରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଣବ ଏଜୁକେସନାଲ୍ ସୋସାଇଟିର ପ୍ରତିଷ୍ଠାତା ଶ୍ରୀ ପ୍ରଣବ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ ବିଡ଼ିଓ ବିଭୁଦ ଗରନାୟକ,ଅତିରିକ୍ତ ତହସିଲଦାର କବିରାଜ ପ୍ରଧାନ, ବ୍ଲକ ଚେୟାର ମ୍ୟାନ ଶ୍ରୀମତୀ ରିନା ଗୌଡ଼ , ସରପଞ୍ଚ-ଅଞ୍ଜଳି ସ୍ୱାଇଁ , ଯୋଗଦାନ କରିଥିଲେ । ଏଥିରେ ମମ୍ ସ୍କୁଲ ଅଫ୍ ଏକ୍ସିଲେନ୍ସି ର କୁନି ପ୍ରତିଭା ମାନେ ଧ୍ୟାନ ମାଧ୍ୟମରେ କିପରି ବିବେକାନନ୍ଦ ଙ୍କ ଭଳି ସ୍ମୃତି ଶକ୍ତି ଧାରଣ କରିଛନ୍ତି , ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଭାଷା କହିପାରୁଛନ୍ତି । କିଭଳି ଗଣିତକୁ ଅବିଳମ୍ବେ ଗଣନା କରିପାରୁଛନ୍ତି । ତାହା ପ୍ରଦର୍ଶନ କରିଥିଲେ । ଏଥିରେ ସୋସାଇଟିର ସମ୍ପାଦକ ଶ୍ରୀ ଜେ.ରବିନ୍ଦ୍ରନାଥ ପାତ୍ରଙ୍କ ସହ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଶ୍ରୀ ଉତ୍ତର ପରିଡା, ଶ୍ରୀ ଭବକୃଷ୍ଣ ମହାନ୍ତି, ଶ୍ରୀ ଧନଞ୍ଜୟ ମହାପାତ୍ର, ଶ୍ରୀମତୀ ଅନୁରାଧା ବିଶ୍ବାଳ ଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ତା’ ସହ ବାଲ୍ମିକେଶ୍ୱର ଅନାଥ ଆଶ୍ରମର ପରିଚାଳକ କେ ଟୁନା ଦୋରା, କର୍ମଚାରୀ ଶିଶିର କୁମାର ରାଜ, କାଳିଆ ବେହେରା, ସୁନୀଲ ଚନ୍ଦ୍ର ସ୍ୱାଇଁ, ସୁଧାକର ଦାସ, ଲୋକନାଥ ଦାସ ସହଯୋଗ କରିଥିଲେ ।
ରିପୋର୍ଟର ସନାତନ ବେହେରା



