ବିପଦ ସଂକୁଳ ଅବସ୍ଥାରେ ପଠାନଗୁଡା ସରକାରୀ ଆଶ୍ରୟ ସ୍ଥଳୀ ।

46

ନବରଙ୍ଗପୁର , ୦୫/୦୮/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ପଠାଣଗୁଡ଼ା ଛକ ଠାରେ ସରକାରଙ୍କ ତରଫରୁ ଯାତ୍ରୀ ମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ କରାଇଥିଲେ l ସେଠାରେ ଯିବା ଆସିବା ଯାତ୍ରୀ ଖରା ବର୍ଷା ଦିନରେ ଆଶ୍ରୟ ନେଇଥାନ୍ତି l

ଏବେ ସେହି ଆଶ୍ରୟ ସ୍ଥଳୀ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି l ଶହ ଶହ ଯାତ୍ରୀ ବର୍ଷା ହେଲେ ଭଙ୍ଗା ଦଦରା ଘରେ ଆଶ୍ରୟ ନେଉଛନ୍ତି l କେତେବେଳେ କଣ ଘଟିବ କହିବା ମୁସ୍କିଲ l ବହୁତ ପୁରୁଣା ହୋଇଥିବାରୁ ଉପର ଛାତ ଦୁର୍ବଳ ହୋଇ ଦବି ଗଲାଣି l

କାନ୍ତ ଗୁଡାକ ଫାଟି ଆଁ କଲାଣି l ୪୦ ବର୍ଷ ହେବ ରିଫେର କରାଯାଇ ନ ଥିବାର ସୂଚନା ମିଳିଛି l ସେହି ଛକ ନିକଟରେ କୌଣସି ଘର ନ ଥିବରୁ ସେହି ଆଶ୍ରୟ ସ୍ଥଳୀ ହିଁ ଏକମାତ୍ର ଶାହାଭରସା l ସେ ପାଖରେ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଗାଁ ରେ ପହଞ୍ଚିବାକୁ ହେଲେ ପ୍ରାୟ ଏକ କିଲୋମିଟର ଯିବାକୁ ପଡିଥାଏ l

ଏହି ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ ପାତ କରୁ ନ ଥିବାର ଦେଖିବାକୁ ମିଳିଛି ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେଲେ ଅନେକ ଯିବା ଆସିବା ଯାତ୍ରୀ ଉପକୃତ ହୋଇପାରନ୍ତେ ବୋଲି ଦାବି ହେଉଛି l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ