
ରାୟଗଡ଼ା , ୦୫/୦୮/୨୨ (ଜିଲ୍ଲା ଖବର) : ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ ମନ୍ତ୍ରୀ ଜଗନାଥ ସାରକା ଆଜି କଲ୍ୟାଣସିଙ୍ଘପୁର ବ୍ଲକ ଡାଇରିଆ ପ୍ରଭାବିତ ଅଞ୍ଚଳ ବୁଲି ଦେଖି ସ୍ତୁତି ପରଖି ଥିଲେ। ସିକରପାଇ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ସେଠାରେ ଚିକିତ୍ସିତ ରୋଗୀଙ୍କ ଅବସ୍ଥା ପଚାରି ବୁଝିଥିଲେ ଓ ମେଡିକାଲ ପରିସର ରେ ଏଠାରେ କାର୍ଯ୍ୟରତ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଭେଟି ରୋଗୀଙ୍କ ସମ୍ୱନ୍ଧରେ ପଚାରି ବୁଝିଥିଲେ। ଡାକ୍ତର ଶ୍ରୀ ବେହେରା କହିଥିଲେ କି ବର୍ତମାନ ମାତ୍ର ୩ ଜଣ ଡାଇରିଆ ରୋଗୀ ଚିଜିତ୍ସିତ ହେଉଛନ୍ତି ଗତ କାଲି ଠାରୁ ଆଉ ନୂଆ ରୋଗୀ ଚିହ୍ନଟ ହେଇ ନାହାନ୍ତି। ସେହିଭଳି ସହକାରୀ ଡାକ୍ତର ସୌଭାଗ୍ୟ କୁ କହିଛନ୍ତି କି ସମୁଦାୟ ୨୫ ଟି ରୋଗୀ ଚିହ୍ନଟ କରାଯାଇଛି ତନ୍ମଧ୍ୟରୁ ସମସ୍ତେ ସୁସ୍ଥ ହେଇ ଘରକୁ ଫେରିଛନ୍ତି ମାତ୍ର ଆଉ ୩ ଜଣ ଚିକିତ୍ସିତ ହେଉଛନ୍ତି ସେମାନେ ସୁସ୍ଥ ହେବାକୁ ଲାଗିଲେଣି ଆଉ ବିପଦ ନାହିଁ ଆଉ ଦିନେ ଦୁଇ ଦିନରେ ଘରକୁ ସୁସ୍ଥ ହେଇ ଫେରିଯିବେ।ତତ୍ ପାଶ୍ଚୟତ ପ୍ରଭାବିତ ଗୁରୁତୁଲୀ, କୁମ୍ଭାର ସାହି ଯାଇ ସ୍ଥିତି ପରଖି ଥିଲେ। ସାଙ୍ଗରେ ଭ୍ରାମ୍ୟମାଣ ଚିକିତ୍ସା ଉନିଟ ସାଙ୍ଗରେ ନେଇ ପରୀକ୍ଷା ପାଇଁ ତାଗିଦ କରିଥିଲେ ଦିନରାତି ସେବା ଯୋଗାଇ ଦେଉଥିବା ଏମ ଏଚ ଇଉ ଡାକ୍ତର ପ୍ରକାଶ ରାଉତ ଉପସ୍ଥିତ ଥିଲେ। ସେହିଭଳି କିଛି ସାଧାରଣ ଜନତା ମନ୍ତ୍ରୀ ଶ୍ରୀ ସାରକା ଙ୍କୁ ମେଡିକାଲରେ ଏକ ନୂତନ ଡାକ୍ତର ରହିଲା ଭଳି ଘର ତିଆରି କରାଇବାକୁ କହିଥିଲେ। ସେହିଭଳି ସିକରପାଇ ଉଚ୍ଚ ବିଦ୍ୟାଳୟ କୁ ସରକାରଙ୍କ ଘୋଷଣା ମୁତାବକ ମହାବିଦ୍ୟାଳୟ ରେ ରୂପାନ୍ତରିତ କରିବାକୁ ଓ ବହୁ ପୁରାତନ ବିଦ୍ୟାଳୟ ଏପରିକି ସ୍ୱାଧୀନତା ପୂର୍ବର ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରି ସପ୍ତମ ଶ୍ରେଣୀ କୁ ଉନିଟ କରିବାକୁ ସ୍ଥାନୀୟ ସମାଜ ସେବୀ ମାନେ ଅନୁରୋଧ କରିଥିଲେ। ସେହିଭଳି ଜନ ସଚେତନ ହେଲେ ଡାକ୍ତରଙ୍କ ପରାମର୍ଶ ଠିକ ଭାବରେ ଗ୍ରହଣ କଲେ ଏହି ବିପଦ ରହିବ ନାହିଁ ବୋଲି କହିଥିଲେ। ଏହି ପରିଦର୍ଶନ ଦଳରେ ବିଡ଼ିଓ ତାପସ କୁମାର ଭୋଇ, ଏ ବିଡ଼ିଓ ବଳରାମ ପାତ୍ର, ଡବ୍ଲୁ ଓ ଚନ୍ଦନ ବାଙ୍ଗରୀ,ସିଡ଼ିପି ଓ ନଳିନୀ ବୈରାଗୀ, ଜିଲ୍ଲା ପରିଷଦ ସଭ୍ୟ ଭି ବର ପ୍ରସାଦ,ବିଜେଡି ବ୍ଲକ ସଭାପତି ସୁନ୍ଦର ବାଘ, ରାଜ୍ୟ ସଭାସଂସଦ ପ୍ରତିନିଧି ଗେଦେଲା ଶ୍ରୀନୁ, ରମେଶ ପେଦେଣ୍ଟି,ସିକରପାଇ ସରପଞ୍ଚ ଚୈତନ ତିଆକା, ପି ଇ ଓ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ ଆଶା କର୍ମୀମାନେ, ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



