Thursday, August 6, 2026
Home ଆଞ୍ଚଳିକ ଗୋପିନାଥଙ୍କ କଣ୍ଠରେ ଭିକାରୀବଳଙ୍କ ଗୀତ।

ଗୋପିନାଥଙ୍କ କଣ୍ଠରେ ଭିକାରୀବଳଙ୍କ ଗୀତ।

98

ରାୟଗଡ଼ା ,୦୫/୦୮/୨୨ (ଜିଲ୍ଲା ଖବର) : ଏଠାରେ ଚାଖଣ୍ଡେ ପେଟପାଇଁ କେତେଯେ ସଂଘର୍ଷ କରୁଛି ମଣିଷ।ଦୁନିଆରେ ନିଜ ସହ ପରିବାର ବଞ୍ଚାଇ ରଖିବା ପାଇଁ କିଛିନା କିଛି କର୍ମ କରୁଛି ସେହିପରି ଏକ ମଣିଷ ହେଉଛନ୍ତି ।

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଣସଗୁଡାଗ୍ରାମର ଗରିବ ଆଦିବାସୀ ପରିବାରରେ ଜନ୍ମ ଗୋପିନାଥ ଶବର।ସେ ଜନ୍ମରୁ ଜଣେ ଅନ୍ଧ ପିଲାଟିଦିନରୁ ବାପାଙ୍କୁ ହରାଇଥିଲେ ଗପିନାଥ। ହେଲେ ଜାହାସହ ସାତଜନ୍ମର ସଥିହୋଇ ଚାଲିବାର ସ୍ବପ୍ନ ଦେଖିଥିଲେ ସିଏବି ପଚାରିଲନାହିଁ।

ଦାରିଦ୍ର୍ୟ ର କସାଘାତ ଭିତରେ ଏମାନଙ୍କ ପାଇଁ ଦାନା ଜଗାଡିବା କଷ୍ଟକର। ଏମିତିକି ଧୁଖ ବଖାଣିବା କଷ୍ଟ।ତଥାପି ଜିବନ ଯୁଦ୍ଧରେ ହାରିନାହାନ୍ତି ଗପିନାଥ।ସେଜଣେ ଅନ୍ଧ ହେଲେବି ତାଙ୍କ ସୁମଧୁର କଣ୍ଠରେ ଭିକାରୀ ବଳଙ୍କ ଭଜନ ଦାଶକାଟିଆ ବଜାଇ ସୁନ୍ଦର ଭାବରେ ଗୀତଗାଇଥାନ୍ତି ଗୋପିନାଥ।

ଲୋକେ ମାନମୁଗ୍ଧ ହୋଇ କିଛି ଦାନକରିଥାନ୍ତି ସେଥିରେ ଚଳିଯାଏ ତେଲ ଲୁଣର ସଂସାର।ଦୀର୍ଘ 50 ବର୍ଷ ହେବ ଏହି ବସଷ୍ଟାଣ୍ଡରେ ଗୀତଗଉଛନ୍ତି ଗପିନାଥ। ବୟସ ବଡିବା ସାଙ୍ଗକୁ କଣ୍ଠ ମଧ୍ୟ ବସିଗଲାଣି ତଥାପି ଥକି ନାହାନ୍ତି ମୁହଁରେ ଚମକୁଛି ହୋସ ଜକେଇ ଆସୁଛି ଆଖି କିନ୍ତୁ ଲୁହକୁ ପିଚାଲିଛି ଓଠ।

ବର୍ତ୍ତମାନ ଆଗଭଳି ଆଉ ଗାଇବା ଦାସକଟିଆ ବାଯାଇବା ସମ୍ଭବ ନୁହଁ କାରଣ ବୟସ ବଡୁଛି ରଗମଧ୍ୟ ବଡିଚାଲିଛି। ଆଗଭଳି ଆଉ ଆଦାୟମଧ୍ୟ ନାହିଁ ଯାହାଦ୍ୱାରା ବହୁ ଧୁଖରେ ଜୀବନ କାଟୁଛଛନ୍ତି ଗପିନାଥ। ଧୁଖ ଓ ପରିତାପର ବିଷୟ ଏହିକିଜେ ପରିଣୀତ ବୟସରେ ଧୁଖ ବୁଝିବାକୁ କେହି ନାହାନ୍ତି ତେବେ ଏହି ଦୁଖୀ ମଣିଷର ଧୁଖ କେବେ ଅନ୍ତ ହେବ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।