
.
ଆସିକା(ଜିଲ୍ଲା ଖବର) : ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ତାରାପ୍ରସାଦ ଦାସ ଙ୍କ ଅଧ୍ୟକ୍ଷତା ରେ କଲେଜ ଖେଳପଡିଆ ଠାରେ ଉଦଘାଟିତ ହୋଇଯାଇଛି. ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲୁରହିବ. କଲେଜ ଛକ ସ୍ଥିତ ମା ଶୀତଳାଇ ଠାକୁରାଣୀ ମନ୍ଦିରରୁ ମଶାଲ ଜ୍ୟୋତି ଧରି ପ୍ରାୟ ଶତାଧିକ ଛାତ୍ରୀ, ଛାତ୍ର ଓ ସ୍ବେଛାସେବୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଗହଣ ରେ କ୍ରୀଡା ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ରାଲି ବାହାରି ମହାବିଦ୍ୟାଳୟ ପରିସର କୁ ଅଣାଯାଇ ଖେଳ ପଡିଆକୁ ନିଆଯାଇଥିଲା. ପରେ ପରେ କ୍ରୀଡା ସଂସଦ ର ଉପସଭାପତି ଅଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ଯାନୀ ଓ ସହ ଉପସଭାପତି ଡ଼ଃ ସ୍ମିତାରାଣୀ ପଣ୍ଡା ଙ୍କ ପ୍ରେତ୍ୟକ୍ଷ ତତ୍ୱାବଧାନ ରେ କ୍ରୀଡା ପ୍ରତିଯୋଗିତା ପରିଚାଳିତ ହୋଇଥିଲା. ଆଜିର ଏହି ପ୍ରତିଯୋଗିତା ରେ ଉଭୟ +୨ ଓ +୩ ର ଶତାଧିକ ଛାତ୍ର ଛାତ୍ରୀ ବିଭିର୍ଣ୍ଣ ବିଭାଗ ର ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ. ଛାତ୍ର ଛାତ୍ରୀ ମାନଙ୍କ ଉଧେଶ୍ୟରେ ବିଭିର୍ଣ୍ଣ ପ୍ରତିଯୋଗିତା ତଥା ଏକ ସହ, ଦୁଇଶହ, ଚାରିଶହ, ଆଠଶହ, ପନ୍ଦରସହ ମିଟର ଦୌଡ, ଲମ୍ବା ଓ ଉଚା ଡିଆଁ, ଲୌହ ଗୁଳା ଫିଙ୍ଗା, ଡିସ୍କସ ଫିଙ୍ଗା, ଫେନସି ପୋଷାକ ପିନ୍ଧା ପ୍ରତିଯୋଗିତା ଇତ୍ୟାଦି. ଆସନ୍ତା କାଲି ଏହାର ଉଦଯାପନୀ ଉଛବ ଅନୁଷ୍ଠିତ ହେବ ଓ ପୁରସ୍କାର ସହ ପ୍ରମାଣପତ୍ର ବଣ୍ଟନ ର କାର୍ଯ୍ୟକ୍ରମ ରହିଛି. ଏହି କ୍ରୀଡା କାର୍ଯ୍ୟକ୍ରମ ଟିକୁ ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ପ୍ରଧାନ ସମ୍ପୂର୍ଣ୍ଣ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଟେକ୍ନିକାଲ ଉଚବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଏଥିରେ ସହଯୋଗ କରିଥିଲେ. ଏତଦବ୍ୟତୀତ ଅଧ୍ୟାପକ ଡ଼ଃ ଜୀବାନନ୍ଦ ତ୍ରିପାଠୀ, ସୁଧୀର କୁମାର ସାହୁ, ସରୋଜ କୁମାର ପଣ୍ଡା, ରାଜେଶ କୁମାର ସାହୁ, ଧନଜୟ ମହାପାତ୍ର, ସନାତନ ପାଢ଼ୀ, ସୁନୀଲ କୁମାର ସାହୁ, ଶାଶ୍ୱତ ମିଶ୍ର, ବନଶ୍ରୀ ମହାନ୍ତି, ସସ୍ମିତା ପାତ୍ର, ସପା ରଂଜିତାରାଣୀ, ସାଇଲ ଝା ପ୍ରମୁଖ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଛାତ୍ର ଛାତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ.



