
ଗଜପତି , ୦୫/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ଗ୍ରାମପଞ୍ଚାୟତ କମ୍ପୁଗୁଡା ଗ୍ରାମର ଏକ ପୋଖରୀରୁ ମୃତ ଦେହ ଉଧାର କରିଛି ମୋହନା ଅଗ୍ନିସମ ବାହିନୀ । ଗତକାଲି ପଥରଗଡ ଗ୍ରାମର ଲାବାନ୍ୟ କାର୍ଜୀ ପୋଖରୀ ହୁଡାରେ ଚପଲ ରଖି ନିଖୋଜ ଥିଲେ । ମୋହନା ଅଗ୍ନିସମ ବାହିନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜା ଖୋଜି କରି ବିଫଳ ହୋଇ ପୁଣି ଆଜି ସକାଳେ ଅଗ୍ନିସମ ବାହିନୀ ଓ କାମ୍ପଗୁଡା ଗ୍ରାମର କିଛି ଯୁବକ ପୋଖରୀମଧ୍ୟକୁ ଯାଇ ଖୋଜିବାପରେ ତାଙ୍କ ମୃତ ଦେହ ଠାବ କରିଥିଲେ ।


ମୃତ ଦେହକୁ ଜବତ କରି ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ମୋହନା ଥାନା ଅଧିକାରୀ । ମୃତକଙ୍କ ୩ ଝିଅ ଗୋଟେ ପୁଅ ଅଛି ,ବଡଝିଅର ବାହାଘର ସରିଯାଇଛି ,ଆଉ ଦୁଇ ଝିଅ ଗୋଟେ ପୁଅ ଘରେ ଅଛନ୍ତି।

ଗତ ୬ ମାସ ତଳେ ତାଙ୍କର ସ୍ତ୍ରୀଙ୍କ ବି ରୋଗରେ ଅକାଳ ବିୟୋଗ ହୋଇଥିଲା । ଏବେ ତିନିଜଣ ଅନାଥ ସେମାନକ କଥା କିଏ ବୁଝିବ ପ୍ରଶ୍ନ ଉଠୁଛି ସଭିଙ୍କ ମନରେ ।


ଗ୍ରାମ ବାସୀ କୋହ ଭରା କଣ୍ଠରେ ସରକାରଙ୍କୁ ଅନୁରୋଧ କରି କହୁଛନ୍ତି କି ପିଲାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଛଡା ଆଉ କିଛି ନାଇଁ ଏଣୁ ଏମାନଙ୍କ ଥଇଥାନ ପାଇନି ପ୍ରଶାସନ କିଛି ପଦକ୍ଷେପ ନିଅନ୍ତୁ ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର।



